୨ ରାଜ୍ୟରେ ୯ ନକ୍ସଲଙ୍କ ଆତ୍ମସମର୍ପଣ

add-all

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର କାମାରେଡ୍ଡି ଜିଲ୍ଲା ପୁଲିସ ନିକଟରେ ଦୁଇ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ଏସପି ସିନ୍ଧୁ ଶର୍ମାଙ୍କ ସମ୍ମୁଖରେ ଏହି ଦୁଇ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଗୁରାଲା ବିଜୟ କୁମାର(୩୬) ଏବଂ ସୋଡି ବାଲା କ୍ରିଷ୍ଣା(୨୩)। ଏମାନେ ତେଲେଙ୍ଗାନା ସମେତ ଛତିଶଗଡ,ଓଡିଶା ଏବଂ ଆନ୍ଧ୍ରରେ ମାଓ ସଂଗଠନରେ କାମ କରୁଥିଲେ।

ଏମାନଙ୍କ ନାମରେ ବହୁ ହିଂସା ନେଇ କେଶ ରୁଜୁ ହୋଇଛି। ସେହିପରି ଛତିଶଗଡର ସୁକମା ପୁଲିସ ନିକଟରେ ଗୋଟିଏ ଦମ୍ପତି ସମେତ ୭ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ୭ ଜଣ ନକ୍ସଲ ନାମରେ ୩୨ ଲକ୍ଷ ଟଂକାର ପୁରସ୍କାର ରହିଥିଲା। ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ନକ୍ସଲ ଉପରେ ୮ ଲକ୍ଷ ଲେଖାଏଁ ପୁରସ୍କାର ରହିଥିଲା।

ସୁକମା ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଏହି ୭ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ପ୍ରକାଶ ଥାଉକି ୨୦୨୧ରେ ଟେକଲଗୁଡା ନକ୍ସଲ ହମରେ ୨୨ ଜଣ ଯବାନ ସହିଦ ହୋଇଥିଲେ। ଏହି ନକ୍ସଲ ହମରେ ଏମାନେ ସାମିଲ ଥିବା ସ୍ବୀକାର କରିଛନ୍ତି। ସମସ୍ତ ଆତ୍ମସମର୍ପଣ ନକ୍ସଲଙ୍କୁ ସହାୟତା ରାଶି ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.