ପ୍ରାଣିଚିକତ୍ସା ଓ ଟୀକାକରଣ ଉପରୁ ୟୁଜର୍ସ ଫି ଛାଡ଼

add-all

ଭୁବନେଶ୍ୱର : ପ୍ରାଣିସମ୍ପଦର ଚିକିତ୍ସା ଓ ଟୀକାକରଣ ବାବଦ ‘ୟୁଜର୍ସ ଫି’କୁ ରାଜ୍ୟ ସରକାର ଛାଡ଼ ଘୋଷଣା କରିଛନ୍ତି। ଫଳରେ ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ଆଦିଙ୍କ ଚିକିତ୍ସା ଓ ଟୀକାକରଣ ବାବଦରେ ଜନସାଧାରଣଙ୍କୁ ଫି ଦେବାକୁ ପଡ଼ିବ ନାହିଁ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅନୁମୋଦନ କରିଛନ୍ତି। ପ୍ରାଣିସମ୍ପଦର ସୁରକ୍ଷା ଓ ଚିକିତ୍ସାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ‘ୟୁଜର୍ସ ଫି’ ଛାଡ଼ ନିଷ୍ପତ୍ତି ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ ଲାଗୁ ହେବ। ନିଃଶୁଳ୍କ ସେବା ପ୍ରଦାନ ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ବିଭିନ୍ନ ସମୟରେ ଜନ ସାଧାରଣ ଅନୁରୋଧ କରିଥିଲେ। ଲୋକମାନଙ୍କ ଅନୁରୋଧକୁ ରକ୍ଷା କରି ଲୋକଙ୍କ ସରକାର ଏହି କଲ୍ୟାଣକାରୀ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ଗାଈ, ବଳଦ, ଛେଳି, ମେଣ୍ଢା, ମଇଁଷି ଆଦିଙ୍କ ଚିକିତ୍ସା ନିମନ୍ତେ ଲୋକମାନେ ପୂର୍ବରୁ ୧ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ୟୁଜର୍ସ ଫି ଦେଉଥିଲେ। ବିଭିନ୍ନ ଚିକିତ୍ସା ପାଇଁ ଭିନ୍ନ ଭିନ୍ନ ଫି ରହିଥିଲା। ଏଣିକି ଏମାନଙ୍କ ଚିକିତ୍ସା, ଟୀକାକରଣ ଓ ଭ୍ରାମ୍ୟମାଣ ସେବା ପ୍ରଦାନ ନିମନ୍ତେ କୌଣସି ୟୁଜର୍ସ ଫି ଦେବାକୁ ପଡ଼ିବ ନାହିଁ। ଫଳରେ ସାର୍ବଜନୀନ ହୋଇପାରିବ ପ୍ରାଣୀ ଚିକିତ୍ସା। ଏ ନେଇ ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.