ଭୁବନେଶ୍ବର: ମାର୍ଚ୍ଚ ୨ରେ କେନ୍ଦୁଝର ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମେ ମୟୂରଭଞ୍ଜ ଜିଲ୍ଲାକୁ ୨ ଦିନ ପାଇଁ ଯାଇ ସେଠାରେ କାର୍ଯ୍ୟକ୍ରମ ସାରି ୨ ତାରିଖ ସକାଳ ୧୦ଟା ୧୦ରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କେନ୍ଦୁଝର ଯିବେ । ସେଠାରେ ହେବାକୁ ଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
ଏହାପରେ ସେଠାରୁ ଚମ୍ପୁଆ ଯାଇ ମଧ୍ୟାହ୍ନ ୧୨ଟା୪୫ରେ ଚନ୍ଦ୍ରଶେଖର ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେବେ । ସେଠାରୁ ହେଲିକପ୍ଟରରେ କେନ୍ଦୁଝର ରିଜର୍ଭ ପଡ଼ିଆକୁ ଯାଇ ସଡ଼କ ପଥରେ ନିଜ ଗ୍ରାମ ରାଇକଳାକୁ ଯାଇ ଅପରାହ୍ନ ୪ଟାରେ ଏକ କ୍ରିକେଟ ମ୍ୟାଚ ଫାଇନାଲ ଉତ୍ସବରେ ଯୋଗଦେବେ ।
ସେଠାରୁ ରାଇକଳାସ୍ଥିତ ନିଜ ବାସଭବନକୁ ଯାଇ ସଡ଼କ ପଥରେ ୬ଟା ୩୦ରେ କେନ୍ଦୁଝର ଫେରିବେ । ସନ୍ଧ୍ୟା ୭ଟା ୧୦ରେ କାଳୀ ପଡ଼ିଆରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳାରେ ଯୋଗଦେବେ । ରାତିରେ ସର୍କିଟ ହାଉସରେ ରାତ୍ରିଯାପନ କରି ୩ ତାରିଖ ସୋମବାର ସକାଳ ୯ଟା ୪୦ରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିବେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
