୩ ମାସ କଲବଲ କରିବ ଖରା, ରାତିରେ ମଧ୍ୟ ଗରମରୁ ମିଳିବନି ତ୍ରାହି

add-all

ଭୁବନେଶ୍ୱର: ଏଥର ରାଜ୍ୟରେ ପୁଣି କଲବଲ କରିବ ତାତି। ପ୍ରଚଣ୍ଡ ଗରମରୁ ମିଳିବନି ତ୍ରାହି। ଦେଶରେ ସ୍ବାଭାବିକଠାରୁ ଅଧିକ ତାତି ଅନୁଭୂତ ହେବ। ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ। କେବଳ ଦିନ ନୁହେଁ ରାତିରେ ମଧ୍ୟ ଗରମରୁ ମିଳିବନି ତ୍ରାହି।
ମାର୍ଚ୍ଚରୁ ଆରମ୍ଭ ହୋଇ ମେ ଯାଏ ଏପରି ସ୍ଥିତି ରହିବ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଜଳାଇବ ମାର୍ଚ୍ଚରୁ ମେ’ ଖରା। କଲବଲ କରିବ ଜନଜୀବନକୁ। ମାର୍ଚ୍ଚରୁ ଆରମ୍ଭ ହୋଇଯିବ ଗ୍ରୀଷ୍ମ ଲହରୀ। ସ୍ବାଭାବିକ ତୁଳନାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ଅଧିକ ରହିବା ଯୋଗୁ ଏଥର ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ବଢ଼ିବ। ମାର୍ଚ୍ଚରେ ମଧ୍ୟ ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଆଶଙ୍କା ରହିଛି। ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ବି ସ୍ୱାଭାବିକଠାରୁ ଅଧିକ ଲମ୍ବିବ। ଉତ୍ତର-ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ। କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଅନଭୂତ ହେବା ଆଶଙ୍କା ରହିଛି।

ଏପ୍ରିଲରେ ଲଗାତାର ୧୯ ଦିନ ଗ୍ରୀଷ୍ମ ଲହରୀ ସ୍ଥିତ ଅନୁଭୂତ ହେବା ସହ ରାତିରେ ମଧ୍ୟ ଲୋକେ ନାହିଁ ନଥିବା ଗରମର ସମ୍ମୁଖୀନ ହୋଇଥିଲା। ୨୦୨୫ରେ ରାଜ୍ଯରେ ପାଣିପାଗ ସ୍ଥିତି ଗତବର୍ଷ ତୁଳନାରେ ଅପେକ୍ଷାକୃତ ଭଲ ରହିବା ନେଇ ଆଶା କରାଯାଇଥିଲା। ମାତ୍ର ଏବେ ଆଇଏମଡିର ଆକଳନ ପୁଣିଥରେ ଖରାକୁ ନେଇ ଭୟ ସୃଷ୍ଟି କରିଛି। ଏପଟେ ଆଜିଠୁ ରାଜ୍ୟରେ ବଢିବ ତାତି। ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ବଢ଼ିବ ସର୍ବନିମ୍ନ ତାପମାତ୍ରା। ୫ଦିନ ଯାଏ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର।

ad-week
Leave A Reply

Your email address will not be published.