ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘର ଓ ଅଫିସରେ ଇଡି ରେଡ୍

add-all

ଭବାନୀପାଟଣା: ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘର ଓ ଅଫିସରେ ଇଡି ରେଡ୍। କଳାହାଣ୍ଡି ଜିଲ୍ଲା ଜୟପାଟଣା ଫରେଷ୍ଟ ରେଞ୍ଜ ଅଫିସର ଅଶୋକ ସାହୁଙ୍କ ଘରେ ଭୁବନେଶ୍ବର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ୍ କରିଛି। ବେନାମୀ ଆକାଉଣ୍ଟ କାରବାର ନେଇ ରେଡ ହୋଇଥିବା ସୂଚନା ରହିଛି।

ସର୍ଚ୍ଚରେ ଏକାଧିକ ଏଟିଏମ କାର୍ଡ, ମୋବାଇଲ ଫୋନ, ଟଙ୍କା ଉଠାଇବା ସ୍ଲିପ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ରେଞ୍ଜ ଅଫିସରଙ୍କ ଘରୁ ବାଘଛାଲ ମଧ୍ୟ ଜବତ କରିଛି ଇଡି। ଦୁଇ କୋଟି ୫୦ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏହି ରେଞ୍ଜ ଅନ୍ତର୍ଗତ ବେଣାଖମାର ଫରେଷ୍ଟ ଗାର୍ଡ ଥିବାବେଳେ ଶ୍ରୀ ସାହୁ କାମ୍ଫା ଏବଂ ସିଏଲ୍ଏଣ୍ଡ କାମରେ ବ୍ୟାପକ ହେରାଫେରି କରିବା ଅଭିଯୋଗରେ ନିଲମ୍ବିତ ହେଇଛନ୍ତି।

ହେରାଫେରିର ପରିମାଣ ପ୍ରାୟ ଦୁଇ କୋଟି ୫୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଉଛି। ୨୦୨୩-୨୪ ମସିହାରେ ସିଏଲଏଣ୍ଡ ବା କ୍ଷତିପୂରଣ ବନୀକରଣ ଅନୁଦାନରେ ଚାରା ରୋପଣ କିମ୍ବା ଆନୁଷଙ୍ଗିକ କାର୍ଯ୍ୟ ହେଉନଥିବା ଅଭିଯୋଗ ହେଇଥିଲା। ଏହି ଘଟଣାରେ କିଛି ଉପରିସ୍ଥ ଅଧିକାରୀ ସଂପୃକ୍ତ ଥିବା ଚର୍ଚ୍ଚା ହେଉଛ।

ad-week
Leave A Reply

Your email address will not be published.