‘ନବ ଦାସଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି’

add-all

ଭୁବନେଶ୍ଵର: ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ପରିବାର ଲିଖିତ ଅଭିଯୋଗ ଦେବା ପ୍ରସଙ୍ଗରେ ବିଜେଡ଼ି ଚାପ ପକାଉଛି। ଏପରି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ। ସିବିଆଇ ତଦନ୍ତ ପାଇଁ ପରିବାର ଲୋକେ ଲିଖିତ ଅଭିଯୋଗ କଲେ ବିଜେଡ଼ି ଫସିଯିବ ବୋଲି କହିଛନ୍ତି ପ୍ରଦୀପ।

ଏନେଇ ଗଣମାଧ୍ୟମକୁ ପ୍ରଦୀପ ଦେଇଥିବା ବୟାନରେ କହିଛନ୍ତି, ନବ ଦାସଙ୍କ ପରିବାର ଲୋକେ ସିବିଆଇକୁ ଲେଖିଲେ ବିଜେଡିର ୨ ବଡ଼ମୁଣ୍ଡ ଫସିଯିବେ। ସେଥିପାଇଁ ଦୀପାଳିଙ୍କ ଉପରେ ବିଜେଡି ଚାପ ବଢ଼ିଛି। ସିବିଆଇ ତଦନ୍ତ ପାଇଁ ଲେଖିକି ରାଜ୍ୟ ସରକାରଙ୍କୁ ଦେବାକୁ ମନା କରିଛି। ଜଣେ ଆଇଏଏସ୍ ଅଧିକାରୀ ଯିଏ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିଲେ, ଆଉ ଜଣେ ବିଜେଡିର ବଡ଼ ନେତା ଯିଏ ସାରା ରାଜ୍ୟକୁ ଚଳାଉଥିଲେ, ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ସେମାନଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ଆଉ ସେମାନେ ହିଁ ଦିପାଳୀଙ୍କ ଉପରେ ଚାପ ପକାଉଛନ୍ତି ବୋଲି ପ୍ରଦୀପ ଦାବି କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଗୋପାଳ ଜରିଆରେ ଯେଉଁମାନେ ନବ ଦାସଙ୍କୁ ମାରିଲେ, ସେମାନଙ୍କୁ ରାଜ୍ୟବାସୀ ଜାଣିବାର ଅଛି, ବିଜେପି ଚାହୁଁଛି ନବ ହତ୍ୟାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ।

ad-week
Leave A Reply

Your email address will not be published.