କେନ୍ଦ୍ରମନ୍ତ୍ରୀଙ୍କ ଝିଅକୁ ଅସଦାଚରଣ, ଥାନାରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଦାବି କଲେ ମା’

add-all

ମହାରାଷ୍ଟ୍ରରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଝିଅକୁ ରାସ୍ତାରେ ଅସଦାଚରଣ କରାଯାଇଛି। ସନ୍ଥ ମୁକ୍ତାଇ ଯାତ୍ରା ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ ଏବଂ ତାଙ୍କ କିଛି ସାଙ୍ଗକୁ କେତେଜଣ ଯୁବକ ରାସ୍ତାରେ ଅଟକାଇ ଅସଦାଚରର କରିଛନ୍ତି। ଏପରି କି ପୀଡ଼ିତାମାନଙ୍କ ସାଥୀରେ ଥିବା ସୁରକ୍ଷାକର୍ମୀଙ୍କୁ ବି ଅଭିଯୁକ୍ତମାନେ ଠେଲାପେଲା କରିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇବା ପରେ ନିଜେ କେନ୍ଦ୍ରମନ୍ତ୍ରୀ ରକ୍ଷା ଖଡସେ ମୁକ୍ତାଇନଗର ଥାନାରେ ପହଞ୍ଚି ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ସୁରକ୍ଷାକର୍ମୀଙ୍କ ଅଭିଯୋଗ ଆଧାରରରେ ଥାନାରେ ଏକ ମାମଲା ରୁଜୁ ହୋଇଛି।

ଅନ୍ୟପଟେ ଅଭିଯୁକ୍ତମାନଙ୍କର ଅପରାଧିକ ଏବଂ ରାଜନୈତିକ ପୃଷ୍ଠଭୂମି ରହିଥିବା ଜଣାପଡ଼ିଛି। ସେମାନେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ବିଧାୟକ ଚନ୍ଦ୍ରକାନ୍ତ ପାଟିଲଙ୍କ କାର୍ଯ୍ୟକର୍ତ୍ତା ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ କହିଛନ୍ତି, ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଏହି ଘଟଣାରେ ଏକ ସ୍ବତନ୍ତ୍ର ଦଳର କାର୍ଯ୍ୟକର୍ତ୍ତା ସାମିଲ ଅଛନ୍ତି। ପୁଲିସ ମାମଲା ରୁଜୁ କରିଛି। କିଛି ଲୋକଙ୍କୁ ଗିରଫ କରାଯାଇଛି। ଅନ୍ୟ ଦୋଷୀମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ad-week
Leave A Reply

Your email address will not be published.