ବଡ଼ ମେଡିକାଲ୍‌ରେ ୪୫ ମିନିଟରୁ ଅଧିକ ସମୟ କଟିଲା ବିଜୁଳି

add-all

କଟକ: ବିଶ୍ୱସ୍ତରୀୟ ହସ୍ପିଟାଲ ହେଉଛି କଟକ ବଡ ମେଡିକାଲ । କୋଟି କୋଟି ଟଙ୍କା ଖର୍ଚ୍ଚରେ ଭିତ୍ତିଭୂମିର ଉନ୍ନତିକରଣ ଚାଲିଛି । ବଡ ବଡ କୋଠା ତିଆରି ଚାଲିଛି । ହେଲେ, ବଡ ମେଡିକାଲର ପିଛା ଛାଡୁନି ଅବ୍ୟବସ୍ଥା । କେତେବେଳେ ଲିଫ୍ଟ ଚାଲୁନିତ ତ ଆଉ କେତେବେଳେ ପାଣି ସମସ୍ୟା ଦେଖାଦେଉଛି । ଆଉ ବିଜୁଳି କତ କଥା ତ ନ କହିବା ଭଲ। ପୂର୍ବରୁ ମଧ୍ୟ ବଡ଼ ମେଡ଼ିକାଲରେ ବିଜୁଳି କାଟ ନେଇ ରୋଗୀ ଏବଂ ସେମାନଙ୍କ ପ୍ରିୟଜନ ଅସନ୍ତୋଷ ଝାଡିଥିବା ବେଳେ ଆଜି ପୁଣି ୪୫ ମିନିଟରୁ ଅଧିକ ସମୟ ଧରି ବନ୍ଦ ରହିଥିଲା ବିଜୁଳି ସେବା।

ଏସିସିବି ବଡ ମେଡିକାଲରେ ରଞ୍ଜନରଶ୍ମି ବିଭାଗରେ ୪୫ ମିନିଟ୍‌ରୁ ଅଧିକ ସମୟ ଧରି ବିଦ୍ୟୁତ୍‌ କାଟ ରହିଥିଲା। ଡ଼ାକ୍ତରଖାନାରେ ସମସ୍ତ କାମ ବିଦ୍ୟୁତ୍ ଦ୍ଵାରା ହୋଇଥିବା ବେଳେ, ଏଭଳି ବିଭ୍ରାଟ କାରଣରୁ ଅଲଟ୍ରାସାଉଣ୍ଡ ପାଇଁ ଅପେକ୍ଷାରେ ରହିଥିଲେ ବହୁ ଗୁରୁତର ରୋଗୀ।ଯାହା ପରେ ଦୀର୍ଘ ସମୟ ବିଦ୍ୟୁତ କଟିବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଥିଲା।

ରାଜ୍ୟର ସବୁଠାରୁ ବଡ ଓ ନିର୍ଭର ଯୋଗ୍ୟ ହସ୍ପିଟାଲ କଟକ ଏସସିବି ମେଡିକାଲ । ରାତି ପାହିଲେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଲୋକ ଏସସିବିକୁ ଚିକିତ୍ସା ପାଇଁ ଆସିଥାନ୍ତି । ହେଲେ ଏଠିକା ଅବ୍ୟବସ୍ଥା ଯେଭଳି ଦେହ ସୁଆ ହୋଇଯାଇଛି। କିନ୍ତୁ ଏଠି ଅନେକ ସମୟରେ ବିଭିନ୍ନ ବିଭାଗରେ ବିଦ୍ୟୁତ୍ କାଟ ଏକ ବଡ଼ ସମସ୍ୟା ହେଇ ଏବେ ବି ଛିଡ଼ା ହୋଇଛି।

ad-week
Leave A Reply

Your email address will not be published.