ଗଙ୍ଗା ଜଳ ଗାଧୋଇବା ପାଇଁ ଅନୁପଯୁକ୍ତ: ବିହାର ଅର୍ଥନୈତିକ ସର୍ଭେ ରିପୋର୍ଟ

add-all

ସବୁଠୁ ପବିତ୍ର କୁହାଯାଉଥିବା ଗଙ୍ଗା ନଦୀର ଜଳ ଏବେ ପ୍ରଦୂଷିତ। ବିହାର ଦେଇ ଯାଇଥିବା ଗଙ୍ଗା ନଦୀର ଏହି ଜଳ ଏବେ ଗାଧୋଇବା ପାଇଁ ମଧ୍ୟ ଅନୁପଯୁକ୍ତ। ଜଳରେ ବ୍ୟାକ୍ଟେରିଆ ବା ଜୀବାଣୁ ସଂଖ୍ୟା ବହୁ ଅଧିକ ରହୁଥିବାରୁ ତାହା ପ୍ରଦୂଷିତ ହୋଇପଡ଼ିଥିବା ବିହାର ଅର୍ଥନୈତିକ ସର୍ଭେ ୨୦୨୪-୨୫ରେ ଦର୍ଶାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ମଧ୍ୟ ଗଙ୍ଗା ଜଳ ପ୍ରଦୂଷିତ ହୋଇପଡ଼ିଥିବା ନେଇ ରିପୋର୍ଟ ଜାରି କରିଥିଲା। ମହାକୁମ୍ଭ ସମୟରେ ଗଙ୍ଗା ଜଳ ଏତେ ପ୍ରଦୂଷିତ ହୋଇଥିଲା ଯେ ସେଥିରେ ଗାଧୋଇବା ଲାଗି ଦରକାର ପଡ଼ୁଥିବା ସର୍ବନିମ୍ନ ଗୁଣବତ୍ତା ବି ନ ଥିଲା। ଅତ୍ୟଧିକ ମଳ ନଦୀରେ ମିଶିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ସିପିସିବି କହିଥିଲା।

ବିହାର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ, ଗଙ୍ଗା ଏବଂ ଏହାର ଉପନଦୀଗୁଡ଼ିକରେ ବିଭିନ୍ନ ସହରର ସିଓ୍ବେଜ ଏବଂ ଘରୋଇ ଆବର୍ଜନା ଛଡ଼ାଯାଉଛି। ଏହା ଯୋଗୁ ଜଳରେ ବହୁ ପରିମାଣରେ ବ୍ୟାକ୍ଟେରିଆ ବା ଜୀବାଣୁ ବଂଶ ବୃଦ୍ଧି ପାଇଛି। ସେଥିଲାଗି କେତେକ ସ୍ଥାନରେ ଏହି ଜଳ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। କିନ୍ତୁ ଅନ୍ୟ ସ୍ଥାନଗୁଡ଼ିକରେ ଜଳର ଗୁଣବତ୍ତା ଠିକ ରହିଛି ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.