ଚନ୍ଦ୍ରରେ ଓହ୍ଲାଇଲା ‘ନୀଳ ଭୂତ’

କେପ୍ କାନାଭେରାଲ: ନୀଳ ଭୂତ ବା ବ୍ଲୁ ଗୋଷ୍ଟ ଯେତେବେଳେ ପ୍ରଥମ ଥର ପାଇଁ ଚନ୍ଦ୍ରରେ ପାଦ ରଖିଲା ସେତେବେଳେ ସାରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଏହା କୌଣସି ଭୂତ ପ୍ରେତ ନୁହେଁ । ଆମେରିକାର ଏକ ଘରୋଇ କମ୍ପାନି ଦ୍ବାରା ବିକଶିତ ଏକ ମହାକାଶ ଯାନର ନାମ । ଘରୋଇ କମ୍ପାନି ରବିବାର ଏହାର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରିଥିଲା। ମହାକାଶ ଏଜେନ୍ସି ନାସା ପାଇଁ ଏହା କରାଯାଇଛି।

ସୂଚନାଯୋଗ୍ୟ, ଫାୟାରଫ୍ଲାଇ ଏରୋସ୍ପେସର ‘ବ୍ଲୁ ଘୋଷ୍ଟ’ ଲ୍ୟାଣ୍ଡର ଚନ୍ଦ୍ରର କକ୍ଷପଥରୁ ସ୍ୱୟଂଚାଳିତ ଭାବେ ଅବତରଣ କରି ଚନ୍ଦ୍ରର ଉତ୍ତର-ପୂର୍ବ ଦିଗରେ ଥିବା ପ୍ରଭାବ ଅବବାହିକାରେ ଅବସ୍ଥିତ ଏକ ପ୍ରାଚୀନ ଆଗ୍ନେୟଗିରିର ଅବବାହିକାରେ ପହଞ୍ଚିବା ଲକ୍ଷ୍ୟ ରଖିଥିଲା। କମ୍ପାନିର ମିସନ କଣ୍ଟ୍ରୋଲ ରିପୋର୍ଟ ଅନୁଯାୟୀ, ଆମେ ଚନ୍ଦ୍ରରେ ଅଛୁ। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ଲ୍ୟାଣ୍ଡରର ସ୍ଥିତି ସ୍ଥିର ରହିଛି। 

ଟେକ୍ସାସସ୍ଥିତ କମ୍ପାନି ଫାୟାରଫ୍ଲାଇ ଏରୋସ୍ପେସ୍ ଏହି ମହାକାଶଯାନକୁ ବିକଶିତ କରିଛି। ପୂର୍ବରୁ ଭାରତ ସମେତ ବିଭିନ୍ନ ଦେଶର ମହାକାଶ ଏଜେନ୍ସି ନିଜ ନିଜର ଲାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲେ ବି ପ୍ରଥମ ଥର ପାଇଁ କୌଣସି ଘରୋଇ କମ୍ପାନି ଏପରି ସଫଳତା ହାସଲ କରିଛି ।

nis-ad
Leave A Reply

Your email address will not be published.