ଅନ୍ନଦାତାଙ୍କୁ ଯେତେ ଧନ୍ୟବାଦ କଲେ ମଧ୍ୟ ତାହା ସବୁବେଳେ କମ ହେବ: ମୁଖ୍ୟମନ୍ତ୍ରୀ

add-all

କେନ୍ଦୁଝର: କେନ୍ଦୁଝର ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ୨୦୨୫କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳ ପଡିଆଠାରେ ପାଞ୍ଚ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଦଘାଟନୀ ଅବସରରେ କୃଷି ଯନ୍ତ୍ରପାତି ମେଳା କୃଷି ପଦ୍ଧତିକୁ ଆଧୁନିକୀକରଣ କରିବା ସହିତ ଆମ ଚାଷୀଙ୍କୁ ଆଜିର ବିଶ୍ୱ ବଜାରରେ ପ୍ରତିଯୋଗୀ ଭାବେ ଗଢ଼ି ତୋଳିବାରେ ସକ୍ଷମ ହେବ । କୃଷକର ଉନ୍ନତିରେ ରାଜ୍ୟର ବିକାଶ ସମ୍ଭବ ହେଇ ପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, କୌଣସି ସମାଜର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ଅଙ୍ଗ ହେଉଛନ୍ତି ଆମର କୃଷକ ସମାଜ । ଯେଉଁମାନେ ଖରା, ବର୍ଷା, ଶୀତକୁ ଭୃକ୍ଷେପ ନ କରି ହାଡଭଙ୍ଗା ପରିଶ୍ରମଦ୍ଵାରା ଆମ୍ଭ ସମସ୍ତଙ୍କୁ ଆହାର ଦେଇଥାନ୍ତି। ସେମାନଙ୍କ ବିନା ସମାଜର ପରିକଳ୍ପନା କରିବା ଅସମ୍ଭବ। ତେଣୁ, ଅନ୍ନଦାତାଙ୍କୁ ଯେତେ ଧନ୍ୟବାଦ କଲେ ମଧ୍ୟ ତାହା ସବୁବେଳେ କମ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଜଳବାୟୁ ପରିବର୍ତ୍ତନ, ଅସ୍ଥିର ବଜାର ମୂଲ୍ୟ ଏବଂ ଶ୍ରମିକ ଅଭାବ କୃଷି ଉତ୍ପାଦନକୁ ବାଧା ଦେଇଥାଏ। ସେଥିପାଇଁ ଏହି ମେଳା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କୃଷି ଯନ୍ତ୍ରପାତିର ବ୍ୟବହାର ଦ୍ୱାରା କିପରି ଚ୍ୟାଲେଞ୍ଜ ଗୁଡ଼ିକ ମଧ୍ୟରୁ କିଛି ହ୍ରାସ କରାଯାଇପାରିବ ଓ ଦକ୍ଷତା, ଉତ୍ପାଦକତା ଏବଂ ଶେଷରେ ଲାଭଦାୟକତା ବୃଦ୍ଧି କରାଯାଇପାରିବ, ତାକୁ ଦୃଷ୍ଟିରେ ରଖି ଏହି ମେଳା ଆୟୋଜନ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୫-୨୬ ବଜେଟରେ କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ ବହୁବିଧ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ପର୍ଯ୍ୟାପ୍ତ ଅର୍ଥର ବ୍ୟବସ୍ଥା କରାଯାଇଛି । ସେହିପରି କେନ୍ଦ୍ର ସରକାରଙ୍କ ‘ପିଏମ କିଷାନ’କୁ ରାଜ୍ୟ ଯୋଜନା ‘ସିଏମ କିଷାନ’ ସହିତ ସମିଶ୍ରଣ କରାଯାଇ କୃଷକମାନଙ୍କ ଆୟ ବୃଦ୍ଧି ଲକ୍ଷ୍ୟକୁ ସାକାର କରିବା ପାଇଁ ବଜେଟରେ ୨ ହଜାର ୨୦ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି।

ad-week
Leave A Reply

Your email address will not be published.