ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୁ ବିବାଦ: ଦୋକାନୀ ଓ ଚିତ୍ରକର ଗିରଫ

add-all

ଭୁବନେଶ୍ୱର: ଜଣେ ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କିବା ଘଟଣାରେ କମିସନରେଟ ପୁଲିସ ଆଜି ୨ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ସମ୍ପୃକ୍ତ ଟାଟୁ ଦୋକାନର ମାଲିକ ହୋଇଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ଟାଟୁ ଆଙ୍କୁଥିବା ବ୍ୟକ୍ତି। ଗିରଫ ଦୁଇ ଜଣ ହେଉଛନ୍ତି ରକି ଟାଟୁର ମାଲିକ ରକି ରଂଜନ ବିଶୋଇ ଓ ଅଶ୍ୱିନୀ କୁମାର ପ୍ରଧାନ।

ସୂଚନା ଅନୁଯାୟୀ, ଗତକାଲି ସୁବ୍ରତ କୁମାର ମହାନ୍ତି ନାମକ ଜଣେ ବ୍ୟକ୍ତି ତାଙ୍କ ସାଙ୍ଗମାନଙ୍କ ସହ ସହିଦନଗର ଥାନାରେ ସହିଦନଗର ଅଞ୍ଚଳର ‘ରକି ଟାଟୁଜ’ ନାମକ ଦୋକାନର ଜଣେ ବ୍ୟକ୍ତି ଜଣେ ବିଦେଶୀ ମହିଳାଙ୍କ ଜଙ୍ଘରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୁ ଚିତ୍ରଣ କରିଛନ୍ତି। ଏହା ସେମାନଙ୍କ ଧାର୍ମିକ ଭାବନାକୁ ଅପମାନିତ କରୁଥିବାରୁ ସେମାନେ ରକି ଟାଟୁର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସହିଦନଗର ଥାନାରେ ରିପୋର୍ଟ କରିଥିଲେ। ମାମଲାର ତଦନ୍ତ ବେଳେ ରକି ଟାଟୁର ମାଲିକ ରକି ରଂଜନ ବିଶୋଇଙ୍କୁ ଗିରଫ କରାଯାଇ ପଚରାଉଚରା କରିବା ପରେ ସେ ସ୍ୱୀକାର କରିଛି ଯେ ତାଙ୍କର ଜଣେ କଳାକାର ଅଶ୍ୱିନୀ କୁମାର ପ୍ରଧାନ ତାଙ୍କ ଅନୁରୋଧ କ୍ରମେ ବିଦେଶୀ ମହିଳାଙ୍କ ଜଙ୍ଘରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୁ ନିର୍ମାଣ କରିଛନ୍ତି।

ଏହି ଘଟଣାରେ ଭୁବନେଶ୍ୱର ନବକଳେବର ନଗରର ଲକ୍ଷ୍ମୀନାରାୟଣ ବିଶୋଇଙ୍କ ପୁଅ ରକି ରଂଜନ ବିଶୋଇ ଓ ଗଂଜାମ ଜିଲ୍ଲା ଝୁଲୁରୀ ଗଂଜାମର ପ୍ରହ୍ଲାଦ ପ୍ରଧାନଙ୍କ ପୁଅ ଅଶ୍ୱିନୀ କୁମାର ପ୍ରଧାନଙ୍କୁ ପୁଲିସ ଗିରଫ କରିଛି।

ad-week
Leave A Reply

Your email address will not be published.