
ଛତ୍ରପୁର, ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଖଣ୍ଡ ସମେତ ଜିଲ୍ଲାର ବିଭିନ୍ନ ଅଂଚଳର ଜନ ସାଧାରଣ ମାନେ ଏହି ଶୁଣାଣୀରେ ଯୋଗ ଦେଇ ସେମାନଙ୍କ ଅଭିଯୋଗ ଗୁଡିକ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଭେଟି ଅବଗତ କରାଇଛନ୍ତି । ମୁଖ୍ୟତଃ ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ଭତ୍ତା, ପାନୀୟ ଜଳ ସମସ୍ୟା, ଆବାସ ଗୃହ ଯୋଗାଇବା, ରାସନ କାର୍ଡ, ସୁଭଦ୍ରା ଯୋଜନା ରୁ ବାଦ ପଡ଼ିଥିବା ଭଳି ବିଭିନ୍ନ ସାମୁହିକ ଅଭିଯୋଗ ଗୁଡିକ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଡ଼ଃ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ଦେବଦତ୍ତ ପଣ୍ଡା ଓ ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ରଂଜିତ କୁମାର ପୃଷ୍ଟି ଉପସ୍ଥିତ ରହି ଆଜି ୧୬୫ଟି ଅଭିଯୋଗର ଶୁଣାଣୀ କରିଥିଲେ । ସେଥି ମଧ୍ୟରୁ ୧୫୩ଟି ବ୍ୟକ୍ତିଗତ ହୋଇଥିବା ବେଳେ ୧୨ଟି ସାମୁହିକ ଅଭିଯୋଗ ରହିଛି । କେତେକ ଅଭିଯୋଗ ଗୁଡିକର ଆଶୁ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ଅଭିଯୋଗ ଗୁଡିକର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି, ଏହା ସହିତ ୩ଜଣ ଙ୍କୁ ରେଡକ୍ରସ ପାଣ୍ଠି ରୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିବା ବେଳେ ଜଣକୁ ୫ ହଜାର ଟଙ୍କା ଦିଆଯାଇଥିଲା, ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଛତ୍ରପୁର ଏସଡିପିଓ ଚନ୍ଦନ କୁମାର ଘଡ଼ାଇ , ଡେପୁଟିକଲେକ୍ଟର ଅଭିଷେକ ସାହୁ ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।