ପ୍ରସିଦ୍ଧ ବଡଯାତ୍ରାକୁ ଆୟୁଧ କରି ଚାଲିଛି ଜୁଆଖେଳ : ପୋଲିସ ସାଜିଛି ନୀରବ ଦ୍ରଷ୍ଟା…

add-all

ମାଲକାନଗିରି, ୩।୩ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ମାନ୍ୟଂକୋଣ୍ଡା ପ୍ରସିଦ୍ଧ ବଡ଼ ଠାକୁରଙ୍କ ବଡଯାତ୍ରା ଚାଳିଥିବା ବେଳେ ମୁତ୍ୟାଲମା ମନ୍ଦିର ଠାରୁ କିଛି ଦୂରରେ ବେଧଡକ ଭାବେ ଜୁଆଖେଳ ଚାଲିଛି। ପ୍ରତି ଦୁଇ ବର୍ଷକୁ ବଡ ଠାକୁର ମାନ୍ୟଂକୋଣ୍ଡା ପହଞ୍ଚି ପୂଜା ପାଆନ୍ତି ଏବଂ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଏହାର ସୁଯୋଗ ନେଇ ଜୁଆରି ମାନେ
ମନ୍ଦିର ଠାରୁ କିଛି ଦୂରରେ ଥିବା ପଡ଼ିଆରେ ଖୁଡଖୁଡ଼ି ଜୁଆ ଖେଳ ଚଳାଉ ଥିବା ଦେଖିବାକୁ ମିଳିଛି। ଅନେକ ଗରିବ ତଥା ନିରୀହ ଲୋକ ଲୋକେ ଏହି ଖେଳରେ ଅଧିକ ଟଙ୍କା ପାଇବା ଆଶାରେ ସର୍ବସାନ୍ତ ହେଉଥିବା ବେଳେ । ଦିନଦ୍ବିପ୍ରହରରେ ଏହି ଜନଗହଳି ସ୍ଥାନରେ କିପରି ଖୋଲାଖୋଲି ଜୁଆ ଖେଳ ଚାଲିଛି ତାହାକୁ ନେଇ ସାଧାରଣ ରେ ପ୍ରଶ୍ନ ଉଠୁଛି । ତେବେ ସେଠାର ଯାତ୍ରା ସମୟରେ ପୋଲିସ୍ ପ୍ରସାଶନିକ ଅଧିକାରୀଙ୍କ ଉପସ୍ଥିତିରେ ଖୋଲାଖୋଲି ଜୁଆ ଖେଳ ଚାଲିଛି ତାହାକୁ ନେଇ ପୋଲିସ ର ଭୂମିକା ଉପରେ ସନ୍ଦେହ ପ୍ରକାଶ ପାଇଛି। ଏନେଇ ପୋଲିସ ଏସଡିପିଓ ସଚିନ ପଟେଲଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ ଏହାର ତଦନ୍ତ କରି ଉଚିତ ପଦକ୍ଷେପ ନେବି ବୋଲି ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.