ଭୁଲ ଇଞ୍ଜେକସନ ଲାଗି ଚାଲିଗଲା ୪ବର୍ଷର ଝିଅର ଜୀବନ, ଡାକ୍ତର ଓ ନର୍ସ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାପା ଓ ମା…

ଛତ୍ରପୁର ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭୁଲ ଚିକିତ୍ସା ଲାଗି ଜଣେ ୪ବର୍ଷର ଝିଅର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଆଜି ଛତ୍ରପୁର ଆସି ଜିଲାପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ଏକ ମାତ୍ର ଝିଅକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବାପା ଓ ମା ଲଢେଇ ଜାରିରଖିବେ ବୋଲି କହିଛନ୍ତି । ସୋରଡା ଅଚଂଳର ଆଶାଲତା ପଣ୍ଡା ଓ ବିଜୟ କୁମାର ତିଆଡିଙ୍କ ଝିଅର ଦେହ ଅସୁସ୍ଥ ହେତୁ ୧୯ ଡିସେମ୍ବର ୨୦୨୪ ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲେ । ୨୦ ତାରିଖରେ ଏକ ଭୁଲ ଇଞ୍ଜେକସନ ଦେବା ଯୋଗୁଁ ଝିଅର ମୃତ୍ୟୁ ହୋଇଥିଲା । ଏପରିକି ପ୍ରେସକ୍ରିପସନ୍ କାଗଜରେ ଯେଉଁ ଇଞ୍ଜେକସନ ଲେଖାଯାଇଥିଲା ତାହାକୁ କାଟି ଦେଇଥିଲେ,ଯାହାଫଳରେ ବାପା ଓ ମା ଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏନେଇ ଝିଅକୁ ଉଚ୍ଚିତ ନ୍ୟାୟ ମିଳିବା ନେଇ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ନେଇ ୨୬ ଡିସେମ୍ବର ୨୦୨୪ରେ ମୁଖ୍ୟମନ୍ତ୍ରୀ,ସ୍ୱାସ୍ଥ୍ୟମନ୍ତ୍ରୀ,ସୋରଡା ବିଧାୟକ,ଗଞ୍ଜାମ ଜିଲାପାଳ ଓ ସିଡିଏମଓଙ୍କୁ ଚିଠି କରିଥିଲେ । ଚିଠି କରିବାର ଏକ ମାସ ପରେ ଯଥା ୨୮ ଜାନୁଆରୀ ୨୦୨୫ରେ ସ୍ୱାସ୍ଥ୍ୟ ବିଭାଗର ଏଡିଏମଓ ଏକ ତଦନ୍ତ କରିଥିଲେ, କିନ୍ତୁ ଆମକୁ ଏହାର କୈାଣସି ତଦନ୍ତ ରିର୍ପୋଟ ପ୍ରଦାନ କରିନାହାନ୍ତି ବୋଲି ପରିବାର ପକ୍ଷରୁ କୁହାଯାଇଛି । ପରେ ଝିଅକୁ ନ୍ୟାୟ ମିଳିବା ନେଇ ୩ ଫେବୁଆରୀରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଡାକ୍ତର ଓ ନର୍ସଙ୍କ ପାଇଁ ଏକ ମାତ୍ର ଝିଅର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଥିଲେ । ଡାକ୍ତର ଓ ନର୍ସଙ୍କୁ କୈାଣସି କାର୍ଯ୍ୟାନୁଷ୍ଠାନ ନିଆନଯାଇଥିବାରୁ ପୁଣି ଦ୍ୱିତୀୟବାର ଆଜି ଛତ୍ରପୁର ଜଉଗଡ ସମ୍ମିଳନୀ କକ୍ଷରେ ହେଉଥିବା ଜିଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଦ୍ୱାରସ୍ଥ ହୋଇଥିଲେ । ଯଦି ନ୍ୟାୟ ନମିଳିବ ସେ ଆଗାମି ଦିନରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀରେ ଦ୍ୱାରସ୍ଥ ହେବେ ବୋଲି ଗଣମାଧ୍ୟମ ଆଗରେ କହିଥିଲେ । ଏକ ମାତ୍ର ଝିଅକୁ ହରାଇଥିଲେ ବି ଝିଅକୁ ଉଚ୍ଚିତ ନ୍ୟାୟ ନମିଳିବା ପ୍ରର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ ବୋଲି କହିଥିଲେ । ସୂଚନା ଥାଉକି ଉକ୍ତ ଡାକ୍ତର ଜଣକୁ ସୋରଡାରୁ ବଦଳୀ ହୋଇ ବର୍ତମାନ ସେ ଛତ୍ରପୁର ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି ।

nis-ad
Leave A Reply

Your email address will not be published.