ମାଲକାନଗିରିର ଗଣପର୍ବ ବଡ ଯାତ୍ରା ଆରମ୍ଭ :ତିନି ଠାକୁରଙ୍କ ନୌକା ବିହାର ଓ ଆନ୍ଧ୍ରପ୍ରଦେଶର ପୋଲେରୁ ମନ୍ଦିରରେ ମୁତ୍ୟାଲାମ୍ମାଙ୍କୁ ଆବାହନ….
ମାଲକାନଗିରି, ୩।୩ ମାଲକାନଗିରି ଜିଲ୍ଲା ଗଣପର୍ବ ଭାବେ ପରିଚିତ ବଡ ଯାତ୍ରା ର ଏକମାସ ଧରି ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ବେଳେ ଆଜି ଆନ୍ଧ୍ରପ୍ରଦେଶ ପୋଲେରୁ ନିକଟସ୍ଥ ତାଡକାରେଉ କୁଣ୍ଡରେ ତିନି ଠାକୁର କାନ୍ନାମରାଜୁ, ବାଲାରାଜୁ ଓ ପୋତରାଜୁଙ୍କ ସହ ଦେବୀ ମା ମୁତ୍ୟାଲାମ୍ମାଙ୍କ ସ୍ନାନ କରିବା ପରେ ଯାତ୍ରାର ଆରମ୍ଭ ହୋଇଛି । ଠାକୁରଙ୍କ ଆଗମନରେ ଚଳ ଚଞ୍ଚଳ ହୋଇ ପଡିଛି ମାଲକାନଗିରି ଜିଲ୍ଲା। ପ୍ରତି ଦୁଇ ବର୍ଷରେ ଥରେ ଏହି ଯାତ୍ରା ପାଳନ ହେଉଥିବା ବେଳେ ଚଳିତ ବର୍ଷର ବଡ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଗତ ଫେବ୍ରୁଆରି ମାସରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହି ଯାତ୍ରା କାହିଁ କେଉ ଅନାଦି କାଳରୁ ଜିଲ୍ଲାରେ ପାଳନ ହୋଇ ଆସୁଥିବା ବେଳେ ଆଜିଠାରୁ ତିନି ଠାକୁରଙ୍କୁ ପୂଜା ଅର୍ଚନା କରି ଆନ୍ଧ୍ର ପ୍ରଦେଶ ଠାରୁ ମାଲକାନଗିଇର ଅଭିମୁଖେ ଅଣା ଯାଇଛି। ତାଡକାରେଉରେ ସ୍ନାନ ପରେ ତିନି ଠାକୁରଙ୍କୁ ସୁସଜ୍ଜିତ ନୌକା ଯୋଗେ
ନୌ ବିହାର କରି ଅଣାଯିବା ପରେ ସୁସଜ୍ଜିତ ବିମାନ ଯୋଗେ ଜିଲ୍ଲାର ମାନ୍ୟମକୋଣ୍ଡାକୁ ଅଣାଯାଇଛି। ତିନି ଠାକୁରଙ୍କ ସହ ମା ଆଜି ସେଠାରେ ରାତ୍ର ଜାପାନ କରିବା ସହ ଯାତ୍ରା ଆରମ୍ଭ ହୋଇଛି । ମାନ୍ୟମକୋଣ୍ଡାରେ ବଡ ଠାକୁରଙ୍କ ଦର୍ଶନ କରୁଛନ୍ତି ଭକ୍ତ। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିଲା। ତାଡକାରେଉ କୁଣ୍ଡରେ ଠାକୁରଙ୍କ ସ୍ନାନ ଉତ୍ସବ ଦେଖିବା ସହ ସେଠାରେ ଭକ୍ତ ମାନେ ମଧ୍ୟ ସ୍ନାନ କରିଥିଲୋ ତେବେ ଠାକୁରଙ୍କୁ ଆଜିଠାରୁ ବିମାନ ଯୋଗେ ଦୀର୍ଘ ୬୦ କିଲୋମିଟର ରାସ୍ତା ବିମାନ ଯୋଗେ ଭକ୍ତ ମାନେ ଆଣିବା ପରେ ମାଲକାନଗିରିରେ ଆସନ୍ତା ୮ ତାରିଖରେ ପହଞ୍ଚିବେ ବଡ ଠାକୁର। ଏହି ଯାତ୍ରାରେ ଛତିଶଗଡ, ଆନ୍ଧ୍ର, ତେଲେଙ୍ଗାନା, ଓଡିଶାର ଭକ୍ତ ସାମିଲ ହୋଇଥିଲା ବେଳେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଆନ୍ଧ୍ର ପୋଲୁରୁ ପ୍ରସାସନ ତରଫରୁ ବ୍ୟାପକ ସୁରକ୍ଷା, ଶ୍ରଦ୍ଧାଳୁଙ୍କ ରହଣି, ଖାଦ୍ୟପେୟର ବ୍ୟବସ୍ଥା କରା ଯାଇଥିଲ।। ଏହି ଯାତ୍ରାର ଅନେକ ମାହାତ୍ମ୍ୟ ରହିଥିବା ବେଳେ କୁହାଯାଏ ଯେ ଏହି ଯାତ୍ରା ବିଷୟରେ ପୁରାଣରେ ମଧ୍ୟ ବର୍ଣନା କରାଯାଇଛି।
