ରାଜନୈତିକ ଚାପ ପକାଇ ବାରମ୍ବାର ଜେଇ ଓ ଅଧିକାରୀ ମାନଙ୍କୁ ପରିବର୍ତନ କରାଯାଉଥିବା ଅଭିଯୋଗ : ଜିଲ୍ଲାପ୍ରଶାସନ ର ଦ୍ୱାରସ୍ଥ ହେଲେ ବ୍ଲକ ଅଧ୍ୟକ୍ଷା ଙ୍କ ସହ ବହୁ ଜନପ୍ରତିନିଧି

add-all

ଛତ୍ରପୁର :, ରାଜନୈତିକ ଚାପ ପକାଇ ବାରମ୍ବାର ଜେଇ ଓ ବିଭିନ୍ନ ଅଧିକାରୀ ମାନଙ୍କୁ ପରିବର୍ତନ କରାଯାଉଛି, ଏହାଦ୍ୱାରା ସରକାରୀ କାର୍ଯ୍ୟ ବିଳମ୍ବ ହେଉଛି, ଏହି ଅଭିଯୋଗ ନେଇ ଜିଲ୍ଲାପ୍ରଶାସନ ର ଦ୍ୱାରସ୍ଥ ହେଲେ ବ୍ଲକ ଅଧ୍ୟକ୍ଷା ଙ୍କ ସହ ବହୁ ଜନପ୍ରତିନିଧି, ଗଞ୍ଜାମ ଜିଲ୍ଲାର ହେଡ଼କ୍ଵାଟର ବ୍ଲକ ହେଉଛି ଛତ୍ରପୁର ବ୍ଳକ, ଏହିବ୍ଲକ ସର୍ବଭାରତ ରେ ୧ନଂ ବ୍ଲକ ଭାବେ ପୁରସ୍କୃତ ହୋଇଛି, ମାତ୍ର ଏଠାରେ ଦିନକୁ ଦିନ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି, ଗତଫେବୃଆରୀ ୧୦ ତାରିଖ ପଂଚାୟତ ସମିତି ବୈଠକ ହୋଇଥିବା ବେଳେ ପୁଣି କୋଣସି କାରଣ କୁ ନେଇ ଫେବୃଆରୀ ୨୮ତାରିଖ ରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା, ଗୋଟେପଟେ ୧ନଂ ବ୍ଲକ ହୋଇ ସୁନାମ ଅର୍ଜନ କରିଥିବା ବେଳେ ଅନ୍ୟପଟେ ରାଜନୈତିକ ଚାପ ସ୍ୱୀକାର ଯୋଗୁଁ ସରପଞ୍ଚ, ସମିତିସଭ୍ୟ ଏପରିକି ବ୍ଲକ ଅଧ୍ୟକ୍ଷାଙ୍କୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଏନେଇ ସୋମବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସଙ୍କ ନେତୃତ୍ୱରେ ବହୁ ସରପଞ୍ଚ ଏବଂ ସମିତି ସଭ୍ୟ ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି । ଜନପ୍ରତିନିଧିଙ୍କ ଅଭିଯୋଗ ମୁତାବକ, ଛତ୍ରପୁର ପଂଚାୟତ ସମିତି ଜାତୀୟ ପୁରସ୍କାରପ୍ରାପ୍ତ ବ୍ଲକ କିନ୍ତୁ ଏହି ବ୍ଲକ ରେ କିଛି ବର୍ଷ ହେଲା ଶାନ୍ତି ଶୃଙ୍ଖଳାର ସହ ସମସ୍ତ ସରକାରୀ ଯୋଜନା ତଥା ସମସ୍ତ କାର୍ଯ୍ୟ ବ୍ଲକ ଅଧ୍ୟକ୍ଷା ଙ୍କ ନେତୃତ୍ୱ ରେ ଚାଲିଥିବା ବେଳେ ବିଗତ ୨୦୨୪ ବିଧାନସଭା ନିର୍ବାଚନ ପରଠାରୁ ଅଯଥା ରାଜନୈତିକ ହସ୍ତକ୍ଷେପ କରି କିଛି ବ୍ୟକ୍ତି ଏଠାରେ କାର୍ଯ୍ୟରତ ଉଚ୍ଚ ପଦସ୍ଥ ଙ୍କ ଉପରେ ଚାପ ସୃଷ୍ଟି କରି ରାଜନୈତିକ ହସ୍ତକ୍ଷେପ କରି ଯେଉଁ ସରପଞ୍ଚ ଓ ସମିତି ସଭ୍ୟ ସେମାନଙ୍କ କଥା ଶୁଣୁନାହାନ୍ତି ଓ କୋଣସି ପଂଚାୟତ ରେ ତାଙ୍କର ରାଜନୈତିକ ସ୍ୱାର୍ଥ ପୂରଣ ହେଉ ନାହିଁ, ସେହି ପଂଚାୟତ ର କନିଷ୍ଠ ଯନ୍ତ୍ରୀଙ୍କ ସହ ଓ କାର୍ଯ୍ୟରତ ବିଭିନ୍ନ ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଉଛି ଏବଂ ପଂଚାୟତ ରେ ବିଶୃଙ୍ଖଳା କରୁଛନ୍ତି । ଯାହାଦ୍ୱାରା ପଂଚାୟତ କାର୍ଯ୍ୟ ରେ ବାଧା ସୃଷ୍ଟି ହେଉଛି, ଛତ୍ରପୁର ବ୍ଲକ ଜାତୀୟସ୍ତରରେ ସମ୍ମାନିତ ହେବା ସହ କେନ୍ଦ୍ର ସରକାରଙ୍କଠାରୁ ୨ କୋଟି ଟଙ୍କା ପୁରସ୍କାର ପାଇଥିଲା। ଏହି ଅର୍ଥରେ ବିଭିନ୍ନ ପ୍ରକଳ୍ପ ତ୍ୱରାନ୍ବିତ ପାଇଁ ଏକ ଚିଠା ବ୍ଲକ ଅଧ୍ୟକ୍ଷାଙ୍କ ପକ୍ଷରୁ ମାସ ତଳେ ବିଡିଓଙ୍କୁ ପ୍ରଦାନ କରାଯାଇଥିଲା। ହେଲେ ଏହାର କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜନପ୍ରତିନିଧି ଅଭିଯୋଗ କରିଛନ୍ତି।ଏଣୁ ଉକ୍ତ ସମସ୍ୟାର ସମାଧାନ ପାଇଁ ନିବେଦନ କରାଯାଇଛି। ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଆଇନର ଆଶ୍ରୟ ନେବୁ ବୋଲି ସରପଞ୍ଚ, ସମିତିସଭ୍ୟ ଚେତାବନୀ ଦେଇଛନ୍ତି। ମାର୍ଚ୍ଚ ମାସ ଆସିଲା ଏ ସମୟରେ ଜେଇ ମାନଙ୍କୁ ପରିବର୍ତନ କରାଯାଇଛି, କାହାର ସ୍ୱାର୍ଥ ପାଇଁ ସେମାନଙ୍କୁ ପରିବର୍ତନ କରାଯାଇଛି ବୋଲି ମଧ୍ୟ ସେମାନେ ପ୍ରଶ୍ନ କରିଥିଲେ, ଏହି ଅଭିଯୋଗ ପତ୍ର ପ୍ରଦାନ ବେଳେ ୧୯ନଂ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ୨୧ନଂ ଜିଲ୍ଲା ପରିଷଦ ସଭ୍ୟା ଛବିତା ବେହେରା, ଶ୍ରୀରାମ ଚନ୍ଦ୍ରପୁର ସରପଞ୍ଚ ଏସ. ସଂଜୀବ ରେଡ୍ଡୀ, ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, କଣମଣା ସରପଞ୍ଚ ଵି. ଦମୟନ୍ତି, ସମିତି ସଭ୍ୟା ରଶ୍ମିତା ଦେହୁରୀ, ପୋଡାପଦର ସମିତି ସଭ୍ୟା ଶଶି ଦାସ, ଆର୍ଯ୍ୟପଲ୍ଲୀ ସରପଞ୍ଚ ତ୍ରିଲୋଚନ ବେହେରା, ସମିତି ସଭ୍ୟା ଚୁମକି ସେଠି, ଚମାଖଣ୍ଡି ସରପଞ୍ଚ ସିଏଚ. ମନୋଜ ରେଡ୍ଡୀ,ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତି ସଭ୍ୟ ଶମ୍ଭୁ ନାଥ ସ୍ୱାଇଁ, ସୁନ୍ଦରପୁର ସମିତି ସଭ୍ୟ ସୁଜ୍ଞାନୀ ସେଠି,ଚିକଲଖଣ୍ଡି ସମିତି ସଭ୍ୟା ସ୍ଵାଗତିକା ପ୍ରଧାନଙ୍କ ସମେତ ବହୁ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ

ad-week
Leave A Reply

Your email address will not be published.