ଲିଙ୍ଗରାଜ ମନ୍ଦିର ବେଢାରେ ଫଟୋ ଉଠାଇ ଅଡୁଆରେ ପିସିସି ସଭାପତି

add-all

ଭୁବନେଶ୍ୱର: ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପରିସରରେ ପିସିସି ସଭାପତି ଭକ୍ତ ଚରଣ ଦାସ ଫଟୋ ଉଠାଇବାକୁ ନେଇ ବିବାଦ ଦେଖାଦେଇଛି।

ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରିକି ଅନେକ ଲୋକ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।

ସୂଚନାଯୋଗ୍ୟ, ସୋମବାର ଦିନ ସେ ଅନ୍ୟ ଅନେକ କଂଗ୍ରେସ ନେତାଙ୍କ ସହ ମନ୍ଦିର ପରିଦର୍ଶନ କରିବା ସମୟରେ ଏହି ଫଟୋଗୁଡ଼ିକ ଉଠାଯାଇଥିବା ଜଣାପଡ଼ିଛି।

ତେବେ ମନ୍ଦିର ପରିସର ଭିତରେ ଫଟୋ ଉଠାଇବା ଉପରେ କଟକଣା ଲାଗିଥିବା ସତ୍ତ୍ୱେ କିପରି ଫଟୋ ଉତ୍ତୋଳନ କରାଗଲା ତାହାକୁ ନେଇ ପ୍ରଶ୍ନ ଉଠୁଛି। ମନ୍ଦିର ଭିତରେ ମୋବାଇଲ୍ ଫୋନ୍ ଏବଂ କ୍ୟାମେରା ପ୍ରବେଶ ନିଷେଧ ରହିଛି।

ad-week
Leave A Reply

Your email address will not be published.