ପଦ ଛାଡ଼ିଲେ ମହାରାଷ୍ଟ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଫଡନାଭିସ୍‌ଙ୍କୁ ଦେଲେ ଇସ୍ତଫା ପତ୍ର

add-all

ମୁମ୍ବଇ: ମହାରାଷ୍ଟ୍ର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ମଙ୍ଗଳବାର ମହାରାଷ୍ଟ୍ର କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହକର୍ମୀ ବାଲ୍ମିକ କରାଡ଼ଙ୍କୁ ସରପଞ୍ଚ ସନ୍ତୋଷ ଦେଶମୁଖଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ କରାଯିବା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ମୁଣ୍ଡେଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଥିଲେ। ମହାରାଷ୍ଟ୍ରର ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ଇସ୍ତଫା ଖବର ସାମ୍ନାକୁ ଆସିବା ପରେ ଫଡନାଭିସ୍ କହିଛନ୍ତି ଯେ, ମୁଣ୍ଡେ ତାଙ୍କ ଇସ୍ତଫା ମୋ ନିକଟରେ ଦାଖଲ କରିଛନ୍ତି। ମୁଁ ତାଙ୍କ ଇସ୍ତଫା ଗ୍ରହଣ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛି।

ସୂଚନା ଅନୁସାରେ, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସୋମବାର ରାତିରେ ଫଡନାଭିସଙ୍କୁ ଭେଟି ଦେଶମୁଖ ହତ୍ୟା ମାମଲାରେ ସିଆଇଡି ଦ୍ବାରା ଦାଖଲ ହୋଇଥିବା ଚାର୍ଜସିଟ୍‌ ଏବଂ ଅନ୍ୟ ଦୁଇଟି ସମ୍ବନ୍ଧୀୟ ମାମଲା ବିଷୟରେ ଚର୍ଚ୍ଚା କରିଥିଲେ, ଯେଉଁଥିରେ କରାଡଙ୍କୁ ୧ ନମ୍ବର ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ୯ ତାରିଖରେ ବିଡ୍‌ର ମାସାଜୋଗ ଗାଁର ସରପଞ୍ଚ ସନ୍ତୋଷ ଦେଶମୁଖଙ୍କୁ ଜିଲାରେ ଏକ ଶକ୍ତି କମ୍ପାନୀକୁ ଟାର୍ଗେଟ କରି ଜବରଦସ୍ତ କରାଯାଉଥିବା ଟଙ୍କା ଆଦାୟ ବନ୍ଦ କରିବାକୁ ଚେଷ୍ଟା କରିବାରୁ ଅପହରଣ କରାଯାଇଥିଲା। ତାଙ୍କୁ ନିର୍ଯାତନା ମଧ୍ୟ ଦିଆଯାଇଥିଲା ଏବଂ ପରେ ତାଙ୍କୁ ହତ୍ୟା କରାଯାଇଥିଲା।

ad-week
Leave A Reply

Your email address will not be published.