୫ ତାରିଖରେ ଖୋଲା ରଖିବ ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ଵର: ଆସନ୍ତାକାଲି ଖୋଲା ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ମାର୍ଚ୍ଚ ୫ ତାରିଖ ତଥା ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି ହୋଇଛି । ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏନେଇ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଆସନ୍ତାକାଲି ଖୋଲା ରହିବ ।

ସୂଚନା ଅନୁସାରେ, ପଞ୍ଚାୟତିରାଜ ଦିବସ ପାଳନ ପାଇଁ ପୂର୍ବରୁ ମାର୍ଚ୍ଚ ୫ ଛୁଟି ରହୁଥିବା ବେଳେ ଗତକାଲି ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ୍‌ ୨୪ରେ ପଞ୍ଚାୟତିରାଜ ଦିବସ ପାଳିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଏଣିକି ପ୍ରତିବର୍ଷ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ହେବ । ଜାତୀୟ ଓ ରାଜ୍ୟସ୍ତରରେ ଥିବା ଅସହଂତିକୁ ଦୂର କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ଏଥିସହ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ଆଡ଼ମ୍ବର ସହ ପାଳିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

nis-ad
Leave A Reply

Your email address will not be published.