ଗଞ୍ଜାମ ଜିଲ୍ଲାରେ ଥିବା ବାଲି ଘାଟକୁ ନେଇ ବିଜେପି ବିଜେଡ଼ି ର ସହଯୋଗୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ….!
ଫାଇଦା ରେ କଂଗ୍ରେସ…
ମୁଣ୍ଡ ଗଡ଼ିବା ସମ୍ଭାବନା କୁ ନେଇ ବ୍ଲୁପ୍ରିଣ୍ଟ ଚାଲିଛି……!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜୀବନ ରେଖା ଭାବେ ପୂର୍ବରୁ ମାନ୍ୟତା ରହିଆସିଛି ଋଷି କୂଲ୍ୟା ଓ ବଡ ନଦୀ। ଏହି ଦୁଇ ନଦୀର ଜଳ ସମଗ୍ର ନଦୀ ନିକଟ ବର୍ତ୍ତୀ ଚାଷ ଜମି ରେ ପୂର୍ବରୁ ବିନିଯୋଗ ହୋଇ ଆସୁଥିଲା। ଦୀର୍ଘ ବର୍ଷ ହେଲା ଚୋରା ବାଲି ମାଫିଆ ମାନଙ୍କ ସହ କିଛି ରାଜନେତା ମାନେ ହାତକୁ ହାତ ମିଶାଇ “ସରକାର କା ମାଲ ଦରିଆ ମେ ଡ଼ାଲ ନୀତି ” ଅବଲମ୍ବନ କରି ସ୍ୱଳ୍ପ ରାଜସ୍ୱ ଦେଇ ଉଭୟ ନଦୀରୁ ବାଲି ଲୁଟିବାରେ ଲାଗିଛନ୍ତି। ଦୈନିକ ନଦୀ ଗର୍ଭରୁ ଉନ୍ନତ ଧରଣର ଜେସିବି ଦ୍ୱାରା ବାଲି ଖନନ କରିବା ଫଳରେ ନଦୀର ଗଭୀର ରେ ଥିବା ପଟୁ ମାଟି ବର୍ତ୍ତମାନ ଉପରକୁ ଆସିବା ଫଳରେ ଉଭୟ ନଦୀରେ ଯେଉଁଠି ଦେଖିଲେ ସେଠାରେ କାଶତଣ୍ଡି ଜଙ୍ଗଲ ଦେଖିବାକୁ ମିଳୁଛି। ମାଫିଆ ମାନେ ବନ୍ୟା ଦାଉରୁ ରକ୍ଷା ପାଇଁ ହୋଇଥିବା ନଦୀ ବନ୍ଧ ଗୁଡ଼ିକୁ କାଟି ରାସ୍ତା ତିଆରି କରୁଛନ୍ତି।ପରିବେଶବିତ୍ତ ମାନଙ୍କ ମତରେ ଆଉ କିଛି ସ୍ୱଳ୍ପ ଦିନ ମଧ୍ୟରେ ନଦୀର ଗତି ବଦଳିବା ସହ ନଦୀ ନିକଟବର୍ତ୍ତି ଗ୍ରାମାଞ୍ଚଳ ଭୟଙ୍କର ବନ୍ୟା ଭଳି ପରିସ୍ଥିତି ଉପୁଜିବ ବୋଲି କହୁଛନ୍ତି। ରାଜ୍ୟରେ ନୂତନ ସରକାର ଗଠନ ପରେ ଏବେ ବିଜେଡ଼ି ବିଜେପି ନେତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ବାଲି ବ୍ୟବସାୟକୁ ନେଇ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳୁଛି। କିଏ କେଉଁ ନେତାଙ୍କ ବାହୁଛାୟା ତଳେ ରହି ଜିଲ୍ଲା ପ୍ରଶାସନ ଉପରେ ଚାପ ପ୍ରୟୋଗ କରୁଥିବା ନେଇ ଚାହା ଖଟିରେ ଆଲୋଚନା ହେଉଛି। ପୂର୍ବରୁ ଜିଲ୍ଲା ର ମଦ ବ୍ୟବସାୟୀ କୁ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇ ମୁଣ୍ଡ ଗଡ଼ିବାର ନଜିର ରହିଛି। ବିଭିନ୍ନ ନଦୀ ବାଲି ଘାଟକୁ ନେଇ ବାଲି ମାଫିଆ ମାନଙ୍କ ମଧ୍ୟରେ ଯେଉଁ ଭଳି ଛକାପଞ୍ଝା ଲାଗିଥିବା ଓ ଲେଖା ନ ଛିଣ୍ଡିଲେ ମୁଣ୍ଡ ଗଡେଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇ ଥିବା ଗ୍ରାମାଞ୍ଚଳ ରେ ଚର୍ଚ୍ଚା ହେଲାଣି ଏବଂ ଭୟ ବି ଜାଗ୍ରତ ହେଲାଣି । ଜିଲ୍ଲା ପ୍ରଶାସନ ବେଳ ଥାଉ ଥାଉ ପଦକ୍ଷେପ ନନେଲେ ଗଞ୍ଜାମ ଜିଲ୍ଲାରେ ୨୦୦୮ ମସିହାରେ ଯେଉଁ ଭଳି ଭାବେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା ତାହାର ପୁନରାବୃତ୍ତି ହେବାର ସମ୍ଭାବନା ଦେଖା ଦେଇଛି। ବର୍ତ୍ତମାନ ଜିଲ୍ଲାର ବାଲି ମାଫିଆ ସକ୍ରିୟ କହିଲେ କିଛିବି ଭୁଲ ହେବ ନାହିଁ ଜିଲ୍ଲା ପ୍ରଶାସନ ବଟି ଖାଇ ବଲକରା ଭୂମିକା ତୁଲାଉଛି ବୋଲି ଚର୍ଚ୍ଚା l ଜିଲ୍ଲାପାଳଙ୍କ ବାସସ୍ଥାନ କାର୍ଯ୍ୟାଳୟ ରେ ଜଣେ କିରାଣୀ ଙ୍କ ଜରିଆରେ ସବୁକିଛି ଫିକ୍ସଙ୍ଗ ହେଉଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଉକ୍ତ କିରାଣୀ ହେଉଛନ୍ତି ମାଫିଆ ସାମ୍ରାଜ୍ୟ ର ବାଦସାହା ତାଙ୍କୁ ଦେଖା କରି ଲେଖା ଛିଡାଇ ବାକୁ ମାଫିଆ ମାନଙ୍କ ଲମ୍ବା ଲାଇନ ବୋଲି ଚର୍ଚ୍ଚା l ଏହା ପୋଲିସ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ର କାରଣ କଥାରେ ଅଛି କ୍ଷୀର ପିଉଛି ଜଣେ ସିଂଘ ଧରୁଛି ଜଣେ ନ୍ୟାୟ, ଏହି ବାଲି ଏବଂ ମଦ ମାଫିଆ ଙ୍କୁ ନେଇ ଜଦି ମୁଣ୍ଡ ଗଡେ ତେବେ ପୋଲିସ ଉପରକୁ ଆଙ୍ଗୁଠି ଉଠିବା ସ୍ୱାଭାବିକ l ତେଣୁ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି… I

