ପଞ୍ଚାୟତିରାଜ ଦିବସ ପରିବର୍ତ୍ତନକୁ ନେଇ ତେଜିଲା ରାଜନୀତି, ବିଜେଡିର ରାଜ୍ୟବ୍ୟାପୀ ପ୍ରତିବାଦ ଡାକରା

add-all

ଭୁବନେଶ୍ୱର: ପଞ୍ଚାୟତିରାଜ ଦିବସ ପରିବର୍ତ୍ତନକୁ ନେଇ ତେଜିଲା ରାଜନୀତି। ଏନେଇ ରାଜ୍ୟବ୍ୟାପୀ ପ୍ରତିବାଦ ଡାକରା ଦେଇଛି ବିଜେଡି। ମାର୍ଚ୍ଚ ୫ ତାରିଖ ପରିବ‌ର୍ତ୍ତେ ଏପ୍ରିଲ୍‌ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିର ତୀବ୍ର ପ୍ରତିବାଦ କରିଛି ବିଜେଡି। ଏଥିପାଇଁ ଆସନ୍ତା ୬ ତାରିଖରେ ରାଜ୍ୟବ୍ୟାପୀ ପ୍ରତିବାଦ ଡାକରା ଦେଇଛି ବିଜେଡି।

ବିରୋଧୀ ଦଳ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ସରକାରୀ କ୍ୟାଲେଣ୍ଡରରେ ଛୁଟି ଥିବାବେଳେ ଏହାକୁ ହଟାଇ ସରକାର ଅଣସାମ୍ବିଧାନୀକ କାର୍ଯ୍ୟ ବିରୋଧରେ ବିଜେଡି ପ୍ରତିବାଦ କରିବ ବୋଲି ସେ କହିଛନ୍ତି।

ଆସନ୍ତାକାଲି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରିବ ଦଳ। ରାଜ୍ୟରେ ପଞ୍ଚାୟତିରାଜ ଦିବସ ଗତ ପ୍ରାୟ ୩ ଦଶନ୍ଧି ଧରି ମାର୍ଚ୍ଚ ୫ରେ ପାଳିତ ହୋଇଆସୁଥିବା ବେଳେ ରାଜ୍ୟ ସରକାର ଏହାକୁ ଏପ୍ରିଲ ୨୪ରେ ପାଳନ କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ଏହା ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚୟ। ସାରା ଓଡ଼ିଶାର ଲୋକ ଏହାକୁ ପ୍ରତିବାଦ କରିବେ ବୋଲି କହିଛି ବିଜେଡି।

ad-week
Leave A Reply

Your email address will not be published.