ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଲେ ପିସିସି ସଭାପତି

add-all

ନୂଆଦିଲ୍ଲୀ/ ଭୁବନେଶ୍ୱର,୭।୩: କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଶୁକ୍ରବାର ଶନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଭବନରେ ପିସିସି ସଭାପତି ଭକ୍ତ ଚରଣ ଦାସ ସାକ୍ଷାତ କରିଛିନ୍ତି। ଏହି ସମୟରେ ରାଜ୍ୟରେ ମହିଳା ନିର୍ଯ୍ୟାତନା ସମ୍ପର୍କରେ ଆଲୋଚନା କରିଛନ୍ତି ।

ଅନ୍ୟପକ୍ଷେ ,୧୦ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ। ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ପ୍ରତିବାଦରେ ପ୍ରତିବାଦ କରାଯିବ। ଏନେଇ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ସୂଚନା ଦେଇଛନ୍ତି। ସବୁ ଜିଲାପାଳ ଏବଂ ଭୁବନେଶ୍ୱର ଏଡିଏମ୍‌ ଅଫିସ ଆଗରେ ବିକ୍ଷୋପ କରିବ।

ସପ୍ତଦଶ ବିଧାନସଭାର ୩ୟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବାବେଳେ ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଛି। ବିଜେଡି ଓ କଂଗ୍ରେସ ବିଧାୟକମାନେ ଜୋଦାର ହଙ୍ଗାମା କରିଛନ୍ତି। ଏପରିକି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବା ପାଇଁ ଉଦ୍ୟମ କରିଥିଲେ। ବିଜୁବାବୁଙ୍କୁ ଅସମ୍ମାନ ପ୍ରତିବାଦରେ ବିଜେଡିର ପ୍ଲାକାର୍ଡ ଧରି ପ୍ରତିବାଦ ଜଣାଇଥିବା ବେଳେ ମହିଳା ଅତ୍ୟାଚାର ବିରୋଧରେ କଂଗ୍ରେସର ହଟ୍ଟଗୋଳ
କରିଛି। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି।

ad-week
Leave A Reply

Your email address will not be published.