ଭାଇରାଲ ହେଉଛି ବିଧାୟକଙ୍କ ନିଆଁ ଲିଭାଇବା ଫଟୋ

add-all

ଭୁବନେଶ୍ୱର,୭।୩: ବଡ଼ପଣ ଦେଖାଇଲେ ବଡ଼ଚଣା ବିଧାୟକ ଅମର ନାୟକ। ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଳମ୍ବିତ ରାତିରେ ସେ ଭୁବନେଶ୍ୱର ଫେରୁଥିବା ସମୟରେ ଚଣ୍ଡିଖୋଲ ନେଳିଆ ଛକରେ କାଳିଆ ଜଳଖିଆ ଦୋକାନରେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ପାଇଥିଲେ। ସେଠାରେ ବିଧାୟକ ତାଙ୍କ ଗାଡ଼ି ଅଟକାଇଥିଲେ। ପରେ ତାଙ୍କ ସୁରକ୍ଷାକର୍ମୀଙ୍କ ସହ ଭାଜପା ଦଳୀୟ କର୍ମୀ ସେଠାରେ ରହି ନିଆଁ ଲିଭାଇଥିଲେ। ବିଧାୟକ ଏକ ବାଉଁସରେ ନିଆଁକୁ ଲିଭାଉଥିବା ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା କାଳିଆଙ୍କ ପରିବାରକୁ ଖବର ଦିଆଯାଇଥିଲା । କାଳିଆ ଏକ ଛୋଟ ଜଳଖିଆ ଦୋକାନ କରି ନିଜ ପରିବାର ଚଳାନ୍ତି। ଘରପୋଡିଠୁ ବଡ ବିପଦ ନାହିଁ, ତେବେ ଏଭଳି ଏକ ଦୁଃଖଦ ପରିସ୍ଥିତି ଭିତରେ କାଳିଆଙ୍କ କେଇପଦ କଥା ବିଧାୟକ ଓ ସେଠାରେ ଥିବା ଦଳୀୟ କର୍ମୀଙ୍କୁ ଭାବ ବିହ୍ବଳ କରିଥିଲା । ସେ ବିଧାୟକଙ୍କୁ କହଥିଲେ “ମୁଁ ସିନା ମୋ ପରିବାର ଜଗିଛି, କିନ୍ତୁ ସମଗ୍ର ବଡ଼ଚଣାକୁ ଆପଣ ଜଗିଛନ୍ତି।

ad-week
Leave A Reply

Your email address will not be published.