ଜେଲରୁ ମୁକୁଳିଲେ ସୁଶୀଲ କୁମାର; ଜୁନିଅର କୁସ୍ତିଯୋଦ୍ଧାଙ୍କୁ କରିଥିଲେ ହତ୍ୟା

add-all

ନୂଆଦିଲ୍ଲୀ: ଅଲିମ୍ପିକ୍ସ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାର ତିହାର ଜେଲରୁ ମୁକୁଳିଛନ୍ତି।
ଜୁନିଅର କୁସ୍ତିଯୋଦ୍ଧା ସାଗର ଧନଖଡ଼ଙ୍କ ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ସୁଶୀଲ କୁମାରଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମାର୍ଚ୍ଚ ୪ ତାରିଖରେ ହାଇକୋର୍ଟ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଜାମିନ ପ୍ରଦାନ କରିଥିଲେ।
ଜାମିନ ଦେବା ସହିତ ହାଇକୋର୍ଟ ସୁଶୀଲଙ୍କୁ ୫୦ ହଜାର ଟଙ୍କାର ଏକ ବ୍ୟକ୍ତିଗତ ବଣ୍ଡ ଏବଂ ସମାନ ପରିମାଣର ଦୁଇଟି ଜାମିନଦାର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜୁନିଅର ଜାତୀୟ କୁସ୍ତି ଚାମ୍ପିଅନ ସାଗର ଧନଖଡ଼ଙ୍କ ସହିତ ଏକ ସମ୍ପତ୍ତି ବିବାଦକୁ ସୁଶୀଲ କୁମାରଙ୍କ ଝଗଡ଼ା ହୋଇଥିଲା। ଏହି ସମୟରେ ସୁଶୀଲ ଧନଖଡ଼ଙ୍କ ଉପରେ ଆକ୍ରମଣ କରିଥିଲେ। ସୁଶୀଲଙ୍କ ଆକ୍ରମଣରେ ଧନଖଡ଼ଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ଘଟଣାର ସଙ୍ଗେସଙ୍ଗେ ପୁଲିସ ସୁଶୀଲଙ୍କୁ ଗିରଫ କରି ନେଇଥିଲା।

ad-week
Leave A Reply

Your email address will not be published.