ଆମେରିକା ବିରୋଧରେ ଏକାଠି ହେବେ ଚୀନ-ଭାରତ !

add-all

ବେଜିଂ : ଶୁଳ୍କକୁ ନେଇ ଚୀନ୍ ଓ ଆମେରିକା ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଚୀନ୍ ଆମଦାନୀ ଉପରେ ଆମେରିକା ୨୦ ପ୍ରତିଶତ ଶୁଳ୍କ ଘୋଷଣା କରିଛି। ଏସବୁ ଭିତରେ ଚୀନ ଏବେ ଭାରତର ସହାୟତା ଲୋଡ଼ିଛି। ନୂଆଦିଲ୍ଲୀ ଓ ବେଜିଂ ମଧ୍ୟରେ ସହଯୋଗ କରିବା ସହ ଆମେରିକାର ଆଧିପତ୍ୟ ଓ କ୍ଷମତା ରାଜନୀତିକୁ ବିରୋଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ଶୁକ୍ରବାର ନିବେଦନ କରିଛନ୍ତି। ତାଙ୍କ ବୟାନକୁ ଆମେରିକା ସହ ଚାଲିଥିବା ବିବାଦ ପରିପ୍ରେକ୍ଷୀରେ ଦେଖାଯାଉଛି।
ନ୍ୟାସନାଲ ପିପୁଲ୍ସ କଂଗ୍ରେସ ବୈଠକ ପରେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି, ଡ୍ରାଗନ୍ (ଚୀନ) ଓ ହାତୀ(ଭାରତ) ଏକାଠି ନୃତ୍ୟ କରିବା ଏକ ବାସ୍ତବତା ଏବଂ ଏକମାତ୍ର ଉପଯୁକ୍ତ ବିକଳ୍ପ। ପରସ୍ପରକୁ ଦୁର୍ବଳ କରିବା ପରିବର୍ତ୍ତେ ପରସ୍ପରକୁ ସମର୍ଥନ କରିବା ଏବଂ ସହଯୋଗକୁ ସୁଦୃଢ଼ କରିବା ଉଭୟ ଦେଶ ଓ ଜାତିର ମୌଳିକ ସ୍ୱାର୍ଥରେ ରହିଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ପରେ ଚୀନ ଓ ଭାରତ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲଗାଇବାକୁ ବାରମ୍ବାର ଧମକ ଦେଉଛନ୍ତି ।

ad-week
Leave A Reply

Your email address will not be published.