ଘରେ ପଶି ସମିତିସଭ୍ୟାଙ୍କୁ ଆକ୍ରମଣ କଲେ ୬ ଦୁର୍ବୃତ୍ତ

add-all

କଟକ: ରାତି ଅଧରେ ସମିତିସଭ୍ୟାଙ୍କୁ ଆକ୍ରମଣ। କଟକ ଜିଲ୍ଲା ମହାଙ୍ଗା ନିର୍ବାଚନମଣ୍ଡଳୀ ପଡ଼ାମରାଇ ପଞ୍ଚାୟତର ସମିତି ସଭ୍ୟା ଓ ତାଙ୍କ ସ୍ବାମୀଙ୍କୁ କିଛି ଦୁର୍ବୃତ୍ତ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ବିଳମ୍ବିତ ରାତିରେ ଘରେ ପଶି ସମିତିସଭ୍ୟାଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ। ମାହାଙ୍ଗା ପଡ଼ାମରାଇ ସମିତି ସଭ୍ୟାଙ୍କୁ ୬ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସମିତିସଭ୍ୟାଙ୍କ ସହ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ ହୋଇଛି।

ଏହି ଆକ୍ରମଣରେ ସମିତିସଭ୍ୟା ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ad-week
Leave A Reply

Your email address will not be published.