ରାଜ୍ୟରେ ଅଚଳ ନଳକୂପକୁ ସଚଳ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

add-all

ଭୁବନେଶ୍ଵର: ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ବରାନ୍ବିତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ରବି ନାଏକ। ରାଜ୍ୟରେ ଅଚଳ ନଳକୂପକୁ ସଚଳ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ରବି ନାଏକ। ୭୧ ଜନସଂଖ୍ୟା ବିଶିଷ୍ଟ ଗାଁରେ ନୂଆ ନଳକୂପ ଖନନ କରିବା ସହ ବସୁଧା ଯୋଜନାରେ ସୋଲାର ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପଞ୍ଚାୟତସ୍ତରରେ ଜଳଛତ୍ର ଖୋଲିବାକୁ ଚିଠି କରାଯାଇଥିବା କହଛନ୍ତି ମନ୍ତ୍ରୀ । ମେଗା ପାନୀୟ ଜଳ ପ୍ରକଳ୍ପ କାମ ଠିକ ସମୟରେ ସାରିବାକୁ ନିର୍ଦ୍ଦେଶ’ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସହରାଞ୍ଚଳ ମାନଙ୍କରେ ଯେପରି ପାନୀୟ ଜଳର ଯେପରି ଅଭାବ ଦେଖା ନଦିଏ, ଅଚଳାବସ୍ଥାରେ ଥିବା ନଳକୂପ ଗୁଡିକୁ ସଚଳ କରିବା ଓ ୨୪ ଘଣ୍ଟିଆ ନିୟନ୍ତ୍ରଣକକ୍ଷ କାର୍ଯ୍ୟକାରୀ କରିବା ସହ ଲୋକଙ୍କ ଅଭିଯୋଗ ତୁରନ୍ତ ସମାଧାନ କରିବାକୁ କଡା ନିର୍ଦ୍ଦେଶ ଦେଇଥିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର । ବିଭାଗ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଥିଲା ଯେ, ଅସାଧାରଣ ବର୍ଷା ଏବଂ ଅନିୟମିତ ଜଳବାୟୁ ଯୋଗୁଁ ଗ୍ରୀଷ୍ମ ଋତୁରେ ତାପମାତ୍ରା ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇବା ଆରମ୍ଭ କରିଛି। ଏହା ବ୍ୟତୀତ, ବଡ ବଡ କୋଠା ,ପ୍ରଶସ୍ତ ରାସ୍ତା ଏବଂ ସୌରତାପ ଶକ୍ତି ଶୋଷଣ କରୁଥିବା ଭିତ୍ତିଭୂମି ଯୋଗୁଁ ସହରାଞ୍ଚଳବାସୀ ଗ୍ରୀଷ୍ମ ଋତୁରେ ଅଧିକ ତାପମାତ୍ରା ଅନୁଭବ କରୁଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ଏକ ବିସ୍ତୃତ ଏସ ଓ ପି ଜାରି କରି ଏହାକୁ କଡା କଡ଼ି ପାଳନ କରିବା ଏବଂ ସମସ୍ତ ପୌରାଞ୍ଚଳ ଦ୍ୱାରା ଆବଶ୍ୟକ ପଦକ୍ଷେପ ନେବା ନିହାତି ଜରୁ୍ରୀ ।

ad-week
Leave A Reply

Your email address will not be published.