୧୦ ବର୍ଷରେ ହାତୀ ନେଲାଣି ହଜାରରୁ ଅଧିକ ମୁଣ୍ଡ

ଭୁବନେଶ୍ବର: ବଢି ଚାଲିଛି ହାତୀଙ୍କ ଉପଦ୍ରବ । ଜଙ୍ଗଲ ଛାଡି ଗାଁ ଏବଂ ସହର ମୁହାଁ ହେଉଛନ୍ତି ହାତୀପଲ । ପ୍ରତିଦିନ ହାତୀ ଆତଙ୍କରେ ଧନଜୀବନ କ୍ଷତି ହେଉଛି । ଯାହାକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।

ଏନେଇ ମନ୍ତ୍ରୀ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି, ୧୦ ବର୍ଷରେ ହାତୀ ୧୨୦୯ ମୁଣ୍ଡ ନେଲାଣି । ୧୦ ବର୍ଷରେ ହାତୀ ଆକ୍ରମଣରେ ୧୨୦୯ ଲୋକଙ୍କ ଜୀବନ ଯାଇଛି ।

ସେହିପରି ରାଜ୍ୟରେ ବିଭିନ୍ନ କାରଣରୁ ହୋଇଥିବା ହାତୀ ମୃତ୍ୟୁ ସଂପର୍କରେ ତଥ୍ୟ ରଖିଛନ୍ତି ମନ୍ତ୍ରୀ । ଗତ ୧୦ ବର୍ଷରେ ମୋଟ୍ ୮୮୮ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଶିକାରରେ ୩୩ଟି ହାତୀଙ୍କ ଜୀବନ ଯାଇଥିବା ବେଳେ, ଯୋଜନାବଦ୍ଧ ଭାବେ ୧୬ଟି ହାତୀଙ୍କ ଜୀବନ ନିଆଯାଇଛି । ଏଥିସହିତ ରୋଗରେ ପୀଡିତ ହୋଇ ୩୦୬ ହାତୀଙ୍କର ମୃତ ହୋଇଛି । ସେହିପରି ବିଦ୍ୟୁତ ଆଘାତରେ ୧୫୮ ଓ ସଡ଼କ-ରେଳ ଦୁର୍ଘଟଣାରେ ୩୭ ହାତୀ ମୃତ୍ୟୁବରଣ କରିଛନ୍ତି ।

nis-ad
Leave A Reply

Your email address will not be published.