ବିଦାୟୀ ଭାଷଣ ପରେ ଜିଭ ଦେଖାଇ ଚେୟାର ଉଠାଇ ନେଲେ ଟ୍ରୁଡୋ

add-all

ନୂଆଦିଲ୍ଲୀ: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଓଟାୱାସ୍ଥିତ ହାଉସ୍ ଅଫ୍ କମନ୍ସରେ ମାର୍କ କାର୍ନିଙ୍କୁ ଉତ୍ତରାଧିକାରୀ ଭାବରେ ଘୋଷଣା କରିଛନ୍ତି।

ମାର୍କ କାର୍ନି କାନାଡାର ନୂତନ ପ୍ରଧାନମନ୍ତ୍ରୀ ହେବେ। ଜଷ୍ଟିନ୍ ଟ୍ରୁଡୋ ଆନୁଷ୍ଠାନିକ ଭାବରେ ହାଉସ୍ ଅଫ୍ କମନ୍ସରେ ଇସ୍ତଫା ପ୍ରଦାନ କରିବା ପରେ ଦେଶର ପ୍ରଧାନମନ୍ତ୍ରୀ ଏବଂ କାନାଡୀୟ ସଂସଦର ସଦସ୍ୟ ଭାବରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା। ଏହା ପରେ ଟ୍ରୁଡୋଙ୍କୁ ଆନୁଷ୍ଠାନିକ ଭାବରେ ବିଦାୟ ଦିଆଯାଇଥିଲା।

ବିଦାୟୀ ଭାଷଣ ପରେ ଜଷ୍ଟିନ୍ ଟ୍ରୁଡୋଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଜଷ୍ଟିନ୍ ଟ୍ରୁଡୋ ଏକ ଚୌକି ଉଠାଇ ହାଉସ୍ ଅଫ୍ କମନ୍ସ ଛାଡ଼ି ଯାଉଥିବା ବେଳେ କ୍ୟାମେରାକୁ ଜିଭ ଦେଖାଉ ଥିବା ଦେଖିବାକୁ ମିଳୁଛି।

କାନାଡାର ପ୍ରଧାନମନ୍ତ୍ରୀ ଭାବରେ ଦୀର୍ଘ ସମୟ କାର୍ଯ୍ୟ କରିବା ପରେ, ଜଷ୍ଟିନ୍ ଟ୍ରୁଡୋ ନୂତନ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କୁ ଦଳ ଏବଂ ସରକାରଙ୍କ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ପୂର୍ବତନ କେନ୍ଦ୍ରୀୟ ବ୍ୟାଙ୍କରରୁ ରାଜନେତା ହୋଇଥିବା ମାର୍କ କାର୍ନି ରବିବାର ଲିବରାଲ ପାର୍ଟିର ନେତୃତ୍ୱ ଦୌଡ଼ରେ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କୁ ପରାସ୍ତ କରି କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ଜଷ୍ଟିନ୍ ଟ୍ରୁଡୋଙ୍କ ଉତ୍ତରାଧିକାରୀ ହୋଇଛନ୍ତି ।

ad-week
Leave A Reply

Your email address will not be published.