ଆତ୍ମସୁରକ୍ଷା କୌଶଳ ତାଲିମ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

add-all

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଆତ୍ମସୁରକ୍ଷା କୌଶଳ ତାଲିମ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି l ଏଥିରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ +୩ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା କୌଶଳ ତାଲିମ ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରି ଉପସ୍ଥିତ ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିବା ସହ ସମସ୍ତ ଛାତ୍ରୀ ମାନେ ନିଶ୍ଚିତ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଫଳ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ଉତ୍ସବରେ କାର୍ଯ୍ୟକ୍ରମର ସଂଯୋଜିକା ତଥା ଇଂରାଜୀ ବିଭାଗ ଅଧ୍ୟାପିକା ଶ୍ରୀମତୀ ଅରୁନ୍ଧତୀ ପ୍ରଧାନ , ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପିକା ଡ.ସଂଯୁକ୍ତା ନାୟକ ଓ ପଦାର୍ଥ ବିଜ୍ଞାନ ବିଭାଗ ର ଅଧ୍ୟାପକ ପ୍ରଦୀପ୍ତ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରଶିକ୍ଷଣ ଶିବିରର ଗୁରୁତ୍ଵ ସମ୍ପର୍କରେ ଉପସ୍ଥାପିତ କରିଥିଲେ। ଏହି ଶିବିର ୧୦ ଦିନ ପର୍ଯ୍ୟନ୍ତ ଚାଲିବ, ଏଥିରେ ଛାତ୍ରୀ ମାନଙ୍କୁ ନିଜେ ନିଜର ଆତ୍ମ ସୁରକ୍ଷା କିପରି କରି ପାରିବେ, ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଶେଷରେ ଅଧ୍ୟାପିକା ଡ.ସଂଯୁକ୍ତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.