
ବ୍ରହ୍ମପୁର : ଇନଷ୍ଟାଗ୍ରାମରେ ଫୋଟ ପୋଷ୍ଟ କୁ ନେଇ ମାଆ ଝିଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ଯୁବକ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହେଲେ ମହିଳା | ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ପୁଟୁ ଗ୍ରାମରେ ଇନଷ୍ଟା ଗ୍ରାମରେ ଫୋଟ ପୋଷ୍ଟ କୁ ନେଇ ମାଆ ଝିଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି l ଗୁରୁତର ଅବସ୍ଥାରେ ପ୍ରଥମେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର l ଗୁରୁତର ମାଆ ଝିଅ ହେଲେ ଷାଠିଏ ବର୍ଷୀୟ ବଙ୍ଗାଳୀ ନାୟକ ଓ କୋଡ଼ିଏ ବର୍ଷୀୟ ଲିଜା ରାଣୀ ନାୟକ l ସୂଚନା ଅନୁସାରେ ପୁଟ ଗ୍ରାମର ଜଣେ ଯୁବକ ଇନଷ୍ଟା ଗ୍ରାମ ରେ ଫେକ ଆଇଡି ଖୋଲି ଝିଅ ଲିଜା ରାଣୀ ନାୟକ ର ଫୋଟ ଓ ମୋବାଇଲ୍ ନମ୍ୱର ପୋଷ୍ଟ କରିଥିଲେ l ଯାହାକୁ ନେଇ ସେଇ ଯୁବକଙ୍କ ସହ ମାଆ ବଙ୍ଗାଳୀ ନାୟକ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା l ପରେ ଯୁବକ ଜଣଙ୍କ ରାଗରେ ଧାରୁଆ ଅସ୍ତ୍ରରେ ମାଆ ଝିଅ କୁ ଆକ୍ରମଣ କରିଥିଲା ବୋଲି ସମ୍ପର୍କୀୟ କହିଛନ୍ତି l