ଗତ ୫ ବର୍ଷରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ୫୪୩୩ଜଣଙ୍କ ମୃତ୍ୟୁ

youtube

ଭୁବନେଶ୍ବର: ଗତ ୫ ବର୍ଷରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ମୋଟ ୫୪୩୩ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଆଜି ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ସଡ଼କ ସୁରକ୍ଷା ମାସରେ ସଡ଼କ ଦୁର୍ଘଟଣାରେ ଯାଇଛି ୫୦୫ ଜୀବନ। ଗୋଟିଏ ମାସରେ ହିଁ ୮୪୮ ଦୁର୍ଘଟଣା ହୋଇଛି। ଏଥିରେ ୪୭୨ ଜଣ ଆହତ ହୋଇଥିଲେ। ସଡ଼କ ସୁରକ୍ଷା ସଚେତନତା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ଏକ କୋଟି ୮୯ ଲକ୍ଷ ୬୬ ହଜାର ୬୯୪ ଟଙ୍କା। ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ପରିବହନ ମନ୍ତ୍ରୀ ଉଦବେଗଜନକ ଉତ୍ତର ରଖି କହିଛନ୍ତି, ଓଡ଼ିଶାରେ ବିଗତ ପାଞ୍ଚ ବର୍ଷରେ ହାରାହାରି ବାର୍ଷିକ ସଡ଼କ ଦୁର୍ଘଟଣା ସଂଖ୍ୟା ୧୧ ହଜାର ୩୬୬। ଏଣେ ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ୧୦ ହଜାର ଆଠ।

Leave A Reply

Your email address will not be published.