ପାଓ୍ବାର ଚେନାଲରେ ବୁଡ଼ି ଭିସୁଟର ଛାତ୍ରଙ୍କ ମୃତ୍ୟୁ

add-all

ବୁର୍ଲା: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍)ର ଜଣେ ଛାତ୍ରଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ଛାତ୍ର ଜଣକ ଅନ୍ୟ ବନ୍ଧୁଙ୍କ ସହ ହୀରାକୁଦ ନଦୀବନ୍ଧ ପାୱାର ଚେନାଲର ‘ଅଠରହଜାର’କୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁଁ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗରେ ଥିବା ଅନ୍ୟ ଛାତ୍ରମାନେ ତାଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ଭିମସାର ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଛାତ୍ର ଜଣକ ହେଉଛନ୍ତି ଢେଙ୍କାନାଳ ସହର ସଞ୍ଜୟ ବେହେରାଙ୍କ ପୁଅ ପ୍ରିୟାଂଶୁ ପ୍ରକାଶ ବେହେରା(୧୯)। ସେ ଭିସୁଟ୍ର ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଥମ ବର୍ଷ ଛାତ୍ର ବୋଲି ଜଣାଯାଇଛି।

ad-week
Leave A Reply

Your email address will not be published.