ଉତ୍ତରପ୍ରଦେଶ: ନଦୀରେ ଓଲଟିଲା ଡଙ୍ଗା, ୪ ମୃତ

add-all

ସୀତାପୁର: ଉତ୍ତରପ୍ରଦେଶର ସୀତାପୁରରେ ଡଙ୍ଗା ଓଲଟିଯିବାରୁ ସେଥିରେ ବସିଥିବା ସମସ୍ତ ୧୫ ଯାତ୍ରୀ ନଦୀରେ ଖସିପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ ଅଛନ୍ତି । ଅନ୍ୟ ପକ୍ଷରେ ନଦୀରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ୫ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜାଯାଉଛି । ସୀତାପୁରର ଜିଲ୍ଲାପାଳ ଅଭିଷେକ ଆନନ୍ଦ ସୂଚନା ଦେଇଛନ୍ତି ଯେ ଶାରଦା କେନାଲରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ ୧୫ ଜଣ ଲୋକ ଏକ ଡଙ୍ଗାରେ ଅନ୍ତିମ ସଂସ୍କାର ପାଇଁ ଯାଉଥିବା ବେଳେ ମଝିରେ ଅନିୟନ୍ତ୍ରିତ ଭାବେ ଡଙ୍ଗା ବୁଡ଼ି ଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ନଦୀରୁ ଉଦ୍ଧାର କରାଯାଇଛି। ସମସ୍ତଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଡଙ୍ଗା ବୁଡ଼ିଯିବା ପରେ ସ୍ଥାନୀୟ ଲୋକେ ସାହାଯ୍ୟ ପାଇଁ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ଗ୍ରାମବାସୀଙ୍କୁ ଡାଇଭରମାନେ ସାହାଯ୍ୟ କରୁଛନ୍ତି।

ad-week
Leave A Reply

Your email address will not be published.