ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

add-all

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଭୁବନେଶ୍ୱରରେ ଡିଜିପି ୱାଇ ବି ଖୁରାନିଆଙ୍କ ଉପସ୍ଥିତିରେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସହ ହୋଲି ପାଳନ କରିଛନ୍ତି।

ସହରର ୟୁନିଟ୍ ୫ ଅଞ୍ଚଳରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ଦୁଇ ଦିନିଆ ଗସ୍ତରେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ସେ ରବିବାର ସନ୍ଧ୍ୟାରେ ଭୁବନେଶ୍ୱର ଫେରିବେ ବୋଲି ସୂତ୍ରରୁ ଜଣାପଡିଛି। ଅପରପକ୍ଷରେ ସେ ରାଜ୍ୟବାସୀଙ୍କୁ ରଙ୍ଗର ପର୍ବ ହୋଲି ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ad-week
Leave A Reply

Your email address will not be published.