‘ଧର୍ମପଦ’ ଉପାଖ୍ୟାନ ଦେଇ ଦଳୀୟ ନେତାଙ୍କୁ ଟାର୍ଗେଟ କଲେ ଅଶୋକ

add-all

ଭୁବନେଶ୍ଵର: ୨୪ ବର୍ଷ ଧରି ଚୁପ୍ ରହିଥିବା ନେତା ଏବେ ଦଳର ପରାହତ ପରେ ଧିରେ ଥିରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। ରାଜା ଚକ୍ର ମାମଲାରେ ଘସିପୁରା ବିଜେଡି ବିଧାୟକ ବଦ୍ରିଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତିରେ ଏବେ ବି ଚର୍ଚ୍ଚା ଥମିନଥିବା ବେଳେ ଆଜି ହୋଲିରେ ପୁଣି ମୁହଁ ଖୋଲି ବିଜେଡି ପାଇଁ ଅଡୁଆ ସୃଷ୍ଟି କରିଛନ୍ତି ଆଉ ଜଣେ ବରିଷ୍ଠ ବିଜେଡି ନେତା ।

ହୋଲିରେ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡାଙ୍କ `ଧର୍ମପଦ’ ଉପାଖ୍ୟାନ ଦେଇ ଦଳୀୟ ନେତାଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି।  ଦଳର ଆଗଧାଡିର ନେତାଙ୍କୁ ଟାର୍ଗେଟ କରି ଅଶୋକ ପ୍ରଶ୍ନ କରିଛନ୍ତି, ୧୨ଶହ ବଢେଇରେ ଦାୟ ନା ପୁଅରେ ଦାୟ ? ଆଗଧାଡ଼ିର ନେତାମାନେ ଦାୟିତ୍ବରୁ ଓହରିଯାଇ ଅନ୍ୟକୁ ସୁଯୋଗ ଦେବା ଉଚିତ୍ । ନବୀନଙ୍କୁ ଶକ୍ତିଶାଳୀ କରିବାକୁ ଆଗଧାଡ଼ିର ନେତା ଦୂରେଇ ରହିଲେ ଭଲହେବ । ଯଦି କିଛି ଅସନ୍ତୁଷ୍ଟ ରହିଛନ୍ତି ନିଜକୁ ଦାୟିତ୍ବରୁ ଓହରାଇ ନେଇ ଅନ୍ୟକୁ ସୁଯୋଗ ଦିଅନ୍ତୁ । ମନ ଭିତରେ ରହିଥିବା ମତାନ୍ତର ଓ ମନାନ୍ତରକୁ ଭୁଲିଯାଇ ଏକାଠି ହେଲେ ଦଳ ସୁଦୃଢ ହେବ । ଏକଥା ସେ ଶଙ୍ଖ ଭବନରେ ବି ପ୍ରସ୍ତାବ ଦେଇଛନ୍ତି ବୋଲି କହିଛନ୍ତି ।

ଯାହାକୁ ନେଇ ଏବେ ଏବେ ଚର୍ଚ୍ଚା ଅଧିକ ତେଜିଥିବ ବେଳେ ଏହା ଅଶୋକଙ୍କ ସମ୍ପୂର୍ଣ୍ଣ ନିଜସ୍ଵ ମତ ବୋଲି ସଫେଇ ଦେଇଛନ୍ତି, ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା। ଦଳ ଏବେ କଠିନ ସମୟରେ ଗତି କରୁଛି । ସମସ୍ତେ ଏକାଠି ହୋଇ କାମ କରି ଦଳକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.