ରାଜ୍ୟରେ କାହାର ହଠାତ୍ କଟାଯିବନି ରାସନ କାର୍ଡ: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

add-all

ଭୁବନେଶ୍ୱର : ରାଜ୍ୟରେ କାହାର ହଠାତ୍ କଟାଯିବନି ରାସନ କାର୍ଡ । ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ୩୦ ଲକ୍ଷ ୭୩୪ ଲୋକ e-KYCକରିନାହାନ୍ତି । ୩୧ ମାର୍ଚ୍ଚ ପରେ ଜଣାପଡ଼ିବ କେତେ ଲୋକ e-KYC କରିନାହାନ୍ତି ।  ମାର୍ଚ୍ଚ ପରେ ଫିଲ୍ଡ ଭିଜିଟ୍ କରି ଯାଞ୍ଚ କରାଯିବ । ୬ ଲକ୍ଷ ୩୫ହଜାର ପୋର୍ଟାଲ ଜରିଆରେ ପୂର୍ବରୁ ଆବେଦନ କରିଛନ୍ତି  ।  ଏବେ ସେମାନଙ୍କ ସର୍ଭେ ଚାଲିଛି ।  ଏପ୍ରିଲ ୧୫ ସୁଦ୍ଧା ଏହି ସର୍ଭେ କାର୍ଯ୍ୟ ସରିବ । ସରକାର ନୂଆ ପୋର୍ଟାଲ ଖୋଲିଛନ୍ତି । ଏଥିରେ ୫୦ ହଜାର ଆବେଦନ ଆସିଛି ।  ସର୍ଭେ ପରେ ନୂଆ ହିତାଧିକାରୀ ସେମାନଙ୍କର ରାସନ ସାମଗ୍ରୀ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଓଡ଼ିଶା ସରକାର ରାସନକାର୍ଡ ହିତାଧିକାରୀଙ୍କୁ ରାସନକାର୍ଡରେ ପୂର୍ବଭଳି ମିଳୁଥିବା ଗହମ ପୁଣିଥରେ ଚାଉଳ ସହ ମିଳିବ ବୋଲି ନିକଟରେ ସୂଚନା ଦେଇଥିଲେ। ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ ସରକାର କହିଥିଲେ। ବିଜେଡି ସରକାର ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ। ହେଲେ ପୁଣିଥରେ ପୂର୍ବଭଳି ହିତାଧିକାରୀଙ୍କୁ ଚାଉଳ ସହ ଗହମ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

ad-week
Leave A Reply

Your email address will not be published.