ମୋତେ ମାଡ଼ ମାରିଥିବା ଅଧିକାରୀଙ୍କୁ ମୁଁ ସ୍ପଷ୍ଟ ଭାବେ ଚିହ୍ନଟ କରି ପାରିବି: ରାନ୍ୟା

add-all

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ ଗିରଫ ହେବା ପରଠାରୁ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ନେଇ ନୂଆନୂଆ ତଥ୍ୟା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ)ର ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ରାନ୍ୟା କିଛି ଗମ୍ଭୀର ଅଭିଯୋଗ କରିଛନ୍ତି।

ମାର୍ଚ୍ଚ ୬ ତାରିଖରେ ଲେଖାଯାଇଥିବା ଚିଠିରେ ରାନ୍ୟା ଦାବି କରି କହିଛନ୍ତି, ‘ମୋତେ ଶାରୀରିକ ନିର୍ଯାତନା ଦିଆଯାଇଛି। ୧୦ରୁ୧୫ ଥର ଚାପୁଡ଼ା ମାରାଯାଇଛି। ଏଜେନ୍ସି ଦ୍ୱାରା ପ୍ରସ୍ତୁତ ବୟାନରେ ଦସ୍ତଖତ କରିବାକୁ ମନା କରିବାରୁ ମୋ ଗାଲକୁ ଚାପୁଡ଼ା ପରେ ଚାପୁଡ଼ା ମାରାଯାଇଛି। ମୋତେ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି। ମୁଁ ଦାବି ସହ କହିବି କି ମୋତେ ମାଡ଼ ମାରିଥିବା ଅଧିକାରୀମାନଙ୍କୁ ମୁଁ ସ୍ନଷ୍ଟ ଭାବେ ଚିହ୍ନଟ କରିପାରିବି।

‌ମୋତେ ଖାଇବାକୁ ଦିଆ ନଯାଇ ଧମକ ଦିଆଯାଇଥିଲା। କାଗଜପତ୍ରରେ ଦସ୍ତଖତ ନ କଲେ ମୋ ବାପାଙ୍କ ନାମ ଏବଂ ତାଙ୍କ ପରିଚୟ ପ୍ରକାଶ କରିବାକୁ ବି ଧମକ ଦିଆଯାଇଥିଲା। ସମସ୍ତେ ଜାଣିଛନ୍ତି ମୋ ବାପାଙ୍କର ଏହି ମାମଲାରେ କୌଣସି ପ୍ରକାର ସମ୍ପର୍କ ନାହିଁ। ଡିଆରଆଇ ଅଧିକାରୀମାନେ ୫୦ରୁ ୬୦ ପୃଷ୍ଠା ଥିବା କାଗଜପତ୍ରରେ ମୋ ଠାରୁ ଜୋରଜବରଦସ୍ତ ୪୦ଟି ଦସ୍ତଖସ୍ତ ନେଇଛନ୍ତି।’

ad-week
Leave A Reply

Your email address will not be published.