କ୍ୟାରମ ଖେଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ: ଡିସିପି

add-all

କଟକ: ହୋଲିରେ କଟକ ଶ୍ରୀକୃଷ୍ଣ ବିହାର ଅଞ୍ଚଳରେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା । କ୍ୟାରମ୍ ଖେଳକୁ କେନ୍ଦ୍ରକରି ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ପ୍ରେସମିଟ୍ କରି ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି । କ୍ୟାରମ୍ ଖେଳକୁ ନେଇ ପାଟିତୁଣ୍ଡ ପରେ ଅତି ନିକଟରୁ ଯୁବକଙ୍କୁ ଗୁଳି ମାରି ହତ୍ୟା କରିଥିଲେ ।

ସୂଚନା ଅନୁସାରେ, ଗତକାଲି ହୋଲି ଖେଳ ବେଳେ ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାରରେ ହତ୍ୟାକାଣ୍ଡ ଘଟିଥିଲା । ଗୁଳି ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବିରାଙ୍ଗ ଅଞ୍ଚଳର ବିକାଶ ମହାନ୍ତି । ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ଅଧିକ ପଚରାଉଚରା କରିବା ସହ ବନ୍ଧୁକ ଜବତ କରିଥିଲା । ତେବେ ଆଜି ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ପ୍ରକାଶ ସୂତାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ।

ବିକାଶ ପେଶାରେ ଜଣେ ମୋଟର ପାର୍ଟସ୍ ବ୍ୟବସାୟୀ ଥିବାବେଳେ ଗତକାଲି ସାଙ୍ଗମାନଙ୍କ ସହ ଭୋଜି ଖାଇବା ପାଇଁ ଶ୍ରିକୃଷ୍ଟ ବିହାର ଯାଇଥିଲେ। ହେଲେ ସେଠାରେ ସାଙ୍ଗମାନଙ୍କ ମଧ୍ୟରେ ଗଣ୍ଡଗୋଳ କାରଣରୁ କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରକାଶ ବିକାଶଙ୍କୁ ଗୁଳି କରି ହତ୍ୟା କରିଥିଲେ। ବିକାଶ ବିବାହିତ ଥିଲେ ତାଙ୍କର ୪ ବର୍ଷର ପୁଅ ଅଛି । ସେପଟେ କିନ୍ତୁ ବିକାଶ ଜଣେ ବ୍ୟବସାୟୀ ଥିଲେ ଏଥିପାଇଁ ଯୋଜନା ବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏହା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ad-week
Leave A Reply

Your email address will not be published.