ମାର୍ଚ୍ଚ ୩୧ ଶେଷ ତାରିଖ: ତା’ପରେ ଆଉ ଧାନ ନେବେନି ସରକାର

add-all

ଭୁବନେଶ୍ଵର: ମାର୍ଚ୍ଚ ୩୧ ଧାନ କିଣା ପାଇଁ ଶେଷ ତାରିଖ । ମାର୍ଚ୍ଚ ୩୧ ପରେ ଆଉ ଧାନ ନେବେନାହିଁ ସରକାର । ଧାନ କିଣା ଡେଡଲାଇନ୍ ବତାଇ କିଛି ଏପରି ସୂଚନା ଦେଇଛନ୍ତି ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୩୧ ପରେ ମଣ୍ଡିରୁ ଆଉ ଧାନ କିଣା ହେବ ନାହିଁ । ଧାନ କିଣା ପାଇଁ ମାର୍ଚ୍ଚ ୩୧କୁ ହିଁ ଡେଡଲାଇନ ଧାର୍ଯ୍ୟ କରିଛନ୍ତି ସରକାର । ଏହା ପରେ ଆଉ ମଣ୍ଡିରୁ ଧାନ ନେବେ ନାହିଁ ସରକାର ।

ବର୍ତ୍ତମାନ ସୁଦ୍ଧା ୭୧ ଲକ୍ଷ ୫୦ ହଜାର ମେଟ୍ରିକ୍‌ ଟନ୍‌ ଧାନ କିଣା ସରିଲାଣି। ୭୬ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣିବାକୁ ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ରବି ସିଜିନ୍‌ ପାଇଁ ଯୋଜନା ଚାଲିଛି, ଖୁବଶୀଘ୍ର ଆରମ୍ଭ ଏହା ଆରମ୍ଭ ହେବ। ଟାର୍ଗେଟରେ ୯୦ ପ୍ରତିଶତ ଧାନ ସଂଗ୍ରହ ହୋଇସାରିଲାଣି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.