୧୪୦ କୋଟି ଭାରତୀୟ ମୋ ଶକ୍ତି : ମୋଦୀ

add-all

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ପ୍ରସିଦ୍ଧ ପଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ପୋଡକାଷ୍ଟରେ ତାଙ୍କ ପିଲାଦିନ, ହିମାଳୟରେ ବିତାଇଥିବା ସମୟ ଏବଂ ସାର୍ବଜନୀନ ଜୀବନରେ ତାଙ୍କର ଯାତ୍ରା ସମେତ ବିଭିନ୍ନ ବିଷୟ ଉପରେ ସେ କହିଥିଲେ । ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପୋଡକାଷ୍ଟରେ ମୋଦୀ କହିଛନ୍ତି ଯେ ଯେତେବେଳେ ବି ଆମେ ଶାନ୍ତି କଥା କହିଥାଉ, ବିଶ୍ୱ ଆମ କଥା ଶୁଣେ, କାରଣ ଭାରତ ଗୌତମ ବୁଦ୍ଧ ଏବଂ ମହାତ୍ମା ଗାନ୍ଧୀଙ୍କ ଦେଶ।

କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସଂସ୍କୃତି, ଶାନ୍ତି ଏବଂ ବିଶ୍ୱ କୂଟନୀତି ଉପରେ ଗୁରୁତ୍ୱାରୋପ କରି କହିଥିଲେ “ଯେତେବେଳେ ମୁଁ ବିଶ୍ୱ ନେତାଙ୍କ ସହ ହାତ ମିଳାଏ, ସେତେବେଳେ ମୋଦୀ ନୁହଁନ୍ତି ବରଂ ୧୪୦ କୋଟି ଭାରତୀୟ ଏହା କରନ୍ତି । ୧୪୦ କୋଟି ଭାରତୀୟ ହିଁ ମୋର ଶକ୍ତି । ମୋର ଶକ୍ତି ମୋ ନାଁରେ ନୁହେଁ, ବରଂ ଭାରତର କାଳଜୟୀ ସଂସ୍କୃତି ଓ ଐତିହ୍ୟରେ ରହିଛି।“

ନିଜ ପିଲାଦିନର ଅସୁବିଧା ବିଷୟରେ ସେ କହିଛନ୍ତି, “ଭଲ ଜୋତା ପିନ୍ଧିବାରେ ଅଭ୍ୟସ୍ତ ବ୍ୟକ୍ତି ଏହାର ଅନୁପସ୍ଥିତି ଅନୁଭବ କରନ୍ତି, କିନ୍ତୁ ଆମେ କେବେ ଜୋତା ପିନ୍ଧିନଥିଲୁ, ତେଣୁ ଆମେ ଏହାର ଗୁରୁତ୍ୱ ଜାଣିନଥିଲୁ । ଏହା ଥିଲା ଆମ ଜୀବନ।“

ad-week
Leave A Reply

Your email address will not be published.