ଆତ୍ମସମର୍ପଣ ଅପେକ୍ଷା ଲଢେଇ କରିବାକୁ ଚାହିବୁ : ୟୁକ୍ରେନ୍

add-all

କିବ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ରୁଷରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଆଜି କଥାବାର୍ତ୍ତା ହେବାକୁ ଯାଉଛି । ଏହି କଥାବାର୍ତ୍ତାର କିଛି ଘଣ୍ଟା ପୂର୍ବରୁ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହା ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦେଶ ଋଷ ସହ ନିଃସର୍ତ୍ତ ଅସ୍ତ୍ରବିରତି ଚାହୁଁଛି ଏବଂ ଯଦି ଋଷ ଏହି ପ୍ରସ୍ତାବକୁ ଗ୍ରହଣ ନ କରେ ତେବେ ସେମାନେ ଲଢେଇ କରିବାକୁ ପ୍ରସ୍ତୁତ ଅଛନ୍ତି ।

ରାଇସିନା ଡାଏଲଗ୍ ସମୟରେ ସିବିହା ଫର୍ଷ୍ଟପୋଷ୍ଟର ପରିଚାଳନା ସମ୍ପାଦିକା ପାଲକି ଶର୍ମାଙ୍କ ସହ ବିଶେଷ ଭାବରେ କଥା ହୋଇଥିଲେ। ସେ କହିଛନ୍ତି ଯେ ୟୁକ୍ରେନ ଚଳିତ ବର୍ଷ ଯୁଦ୍ଧ ଶେଷ କରିବାକୁ ଚାହୁଁଛି କିନ୍ତୁ ୟୁକ୍ରେନର ଆଞ୍ଚଳିକ ଅଖଣ୍ଡତା ଭଳି କିଛି ମୌଳିକ ପ୍ରସଙ୍ଗରେ ବୁଝାମଣା କରିବ ନାହିଁ। ସେ କହିଛନ୍ତି, ଆମେ ବିଶ୍ୱାସ କରୁଛୁ ଯେ ଚଳିତ ବର୍ଷ ଯୁଦ୍ଧ ଶେଷ ହେବ। ଆମେ ଚାହୁଁଛୁ ଚଳିତ ବର୍ଷ ଯୁଦ୍ଧ ଶେଷ ହେଉ। ଆମେ ଦୀର୍ଘକାଳୀନ ଶାନ୍ତି ଚାହୁଁଛୁ। ଅସ୍ଥାୟୀ ଅସ୍ତ୍ରବିରତି ପାଇଁ ଆମେରିକାର ପ୍ରସ୍ତାବକୁ ୟୁକ୍ରେନ ସମର୍ଥନ କରୁଛି। ଆମେ ରୁଷିଆର ଜବାବକୁ ଅପେକ୍ଷା କରିଛୁ। ସେମାନେ ନିଃସର୍ତ୍ତ ଅସ୍ତ୍ରବିରତି ଗ୍ରହଣ କରିବା ଉଚିତ୍ । ଶାନ୍ତିକୁ ନିକଟତର କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।

ad-week
Leave A Reply

Your email address will not be published.