୬୦.୬୧ ସ୍କୋର୍‌ ସହ ପାରାଦୀପ ଶିଳ୍ପାଞ୍ଚଳ ସର୍ବାଧିକ ପ୍ରଦୂଷିତ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପାରାଦୀପ ଶିଳ୍ପାଞ୍ଚଳ ସବୁଠୁ ଅଧିକ ପ୍ରଦୂଷିତ ଭାବରେ ଉଭା ହୋଇଛି । ୬୦.୬୧ ସିଇପିଆଇ ସ୍କୋର୍‌ ସହ ଅତ୍ୟଧିକ ସହ ପାରାଦୀପ ପ୍ରଦୂଷିତ ଅଞ୍ଚଳ ଭାବେ ଟିହ୍ନଟ ହୋଇଛି । ଏନେଇ ଆଜି ଗୃହରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ୨୦୧୮ ମସିହାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପାରାଦୀପ, ତାଳଚେର, ଭୁବନେଶ୍ୱର ଏବଂ ଅନୁଗୁଳକୁ ଗୁରୁତର ପ୍ରଦୂଷିତ ଅଞ୍ଚଳ ଭାବରେ ବର୍ଗୀକୃତ କରାଯାଇ ନାହିଁ । ଏହି ସହରଗୁଡ଼ିକ ମଧ୍ୟରୁ ପାରାଦୀପ ରାଜ୍ୟର ସବୁଠୁ ପ୍ରଦୂଷିତ ଶିଳ୍ପ କ୍ଷେତ୍ର ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ରିପୋର୍ଟରେ ଭୁବନେଶ୍ୱର ସହରର ସିଇପିଆଇ ସ୍କୋର ଏପର୍ଯ୍ୟନ୍ତ ଦର୍ଶାଯାଇ ନଥିବା ବେଳେ, ପାରାଦୀପର ସିଇପିଆଇ ସ୍କୋର ୬୦.୬୧ ଥିଲା ଯାହା ଗୁରୁତର ପ୍ରଦୂଷିତ ଅଞ୍ଚଳ ଶ୍ରେଣୀରେ ଆସୁଛି । ସେହିପରି ଅନୁଗୁଳ ଏବଂ ତାଳଚେରକୁ ୬୦ ରୁ କମ୍ ସିଇପିଆଇ ସ୍କୋର ସହିତ ଅନ୍ୟ ପ୍ରଦୂଷିତ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇଛି । ଦୁଇଟି ସହର ସିଇପିଆଇ ସ୍କୋର ୪୬.୪୩ ରିପୋର୍ଟ କରିଛି ।

ତେବେ ବାୟୁ ଗୁଣବତ୍ତା ବୃଦ୍ଧି କରିବା ପାଇଁ ବ୍ୟାପକ ବୃକ୍ଷ ରୋପଣ ନେଇ ଶିଳ୍ପ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ମନ୍ତ୍ରୀ କହିଛନ୍ତି ।

nis-ad
Leave A Reply

Your email address will not be published.