୩ ବର୍ଷରେ ୧୪ଟି ବାଘ ଶିକାର, ଯାଇଛି ୪୧ ହାତୀଙ୍କ ଜୀବନ

ଭୁବନେଶ୍ୱର: ଜଙ୍ଗଲରେ ମାତିଛନ୍ତି ଶିକାରୀ। ୩ ବର୍ଷରେ ୧୪ଟି ବାଘ ଶିକାର କରିଛନ୍ତି। ୨ଟି ମହାବଳ ଓ ୧୨ଟି କଲରାପତରିଆ ବାଘ ଶିକାର ହୋଇଛନ୍ତି ବୋଲି ଗୃହରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି।

ସେହିପରି ରାଜ୍ୟରେ ୬ଟି ମହାବଳ ବାଘ ଓ ୬୩ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି। ଅନ୍ୟପଟେ ହାତୀ ମୃତ୍ୟୁ ସଂଖ୍ୟା ମଧ୍ୟ ସାମ୍ନାକୁ ଆସିଛି। କେବଳ ଢ଼େଙ୍କାନାଳ ବନଖଣ୍ଡରେ ୪୧ ହାତୀଙ୍କ ମୃତ୍ୟୁ ହୋଇଛି ବୋଲି ଖୁଣ୍ଟିଆ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.