ନୟାଗଡ : ପ୍ରେମ ପାଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପ୍ରେମ ପାଇଁ ଦେହରେ ପେଟ୍ରୋଲ୍ ଢାଳି ହୋଇ ନିଆଁ ଲଗାଇଦେଲେ ଯୁବକ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣଙ୍କ କଟକ ଜିଲ୍ଲା କିଶୋରନଗର ଥାନା ଯାଞ୍ଚପଡା ଗାଁର ଲିଟୁଆ ଦାସ । ଯୁବକ ଜଣଙ୍କ ପ୍ରାୟତଃ ଶତ ପ୍ରତିଶତ ଜଳିଯାଇଛନ୍ତି । ଇଟାମାଟି ଥାନା ଅଞ୍ଚଳ ଲାଠିପଡ଼ା ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରି ମଙ୍ଗଳାବାଗ ଅଞ୍ଚଳରେ ନେଇ ରଖିଥିଲେ । କୌଣସି କାରଣ ବଶତଃ ଉଭୟଙ୍କ ମଧ୍ୟରେ ମନମାଳିନ୍ଯ ହୋଇ ଯୁବତୀଜଣଙ୍କ ନିଜ ଘରକୁ ଚାଲିଆସିଥିଲେ । ଆଜି ଲିଟୁଆ ଯୁବତୀ ଜଣଙ୍କୁ ଡାକିବା ପାଇଁ ଲାଠିପଡ଼ା ଆସିଥିଲେ । ଉକ୍ତ ଯୁବତୀଙ୍କ ଭଉଣୀ ଛାଡିବା ପାଇଁ ମନା କରିଥିଲେ । ପରେ ସ୍ଥାନୀୟ ଅଞ୍ଚଳରୁ ପେଟ୍ରୋଲ ଆଣି ଯୁବତୀଙ୍କ ଘର ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ ଲିଟୁଆ ।
