ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ବୟସ ୬ କିମ୍ବା ଏହା ଠାରୁ ଅଧିକ ହୋଇଥିବା ଆବଶ୍ୟକ

add-all

ଭୁବନେଶ୍ୱର: ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ନେଇ ନିଷ୍ପତ୍ତି ହୋଇଛି। ଯାହାପରେ ଓଡ଼ିଶା ସରକାର ପ୍ରଥମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ନୂଆ ବୟସ ସୀମା ସ୍ଥିର କରିଛନ୍ତି।

ନୂଆ ବୟସ ମାନଦଣ୍ଡ ଅନୁଯାୟୀ, ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ସର୍ବନିମ୍ନ ବୟସ ଛଅ ବର୍ଷ କିମ୍ବା ତା’ଠାରୁ ଅଧିକ ସ୍ଥିର କରାଯାଇଛି। ଛାତ୍ରଛାତ୍ରୀଙ୍କର ସାମଗ୍ରିକ ଶୈକ୍ଷିକ ବିକାଶ ସୁନିଶ୍ଚିତ କରିବା ପାଇଁ ଶିକ୍ଷାବିତ୍ ଏବଂ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏହା ବ୍ୟତୀତ, ୬ ବର୍ଷ ବୟସ ଗଣନା ନେଇ ମଧ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଛଅ ବର୍ଷ ବୟସ ପୂରଣ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅର୍ଥାତ୍ ସେପ୍ଟେମ୍ବର ୧ ସୁଦ୍ଧା ବୟସ ୬ କିମ୍ବା ତଦୁର୍ଦ୍ଧ ହେଲେ ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବେ ବୋଲି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପ୍ରକାଶ କରିଛି।

ad-week
Leave A Reply

Your email address will not be published.