ପୁଣି ଅଶାନ୍ତ ଗଞ୍ଜାମ: କୁହୁଳୁଛି ପାଉଁଶ ତଳର ନିଆଁ …!

ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ….!

add-all


ବ୍ରହ୍ମପୁର: ସରକାର ବଦଳିବା ପରେ ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ମୁଣ୍ଡ ପରେ ମୁଣ୍ଡ ଗଡି ଚାଲିଛି। ପାଉଁଶ ତଳର ନିଆଁ କୁହୁଳିବାରେ ଲାଗିଛି। ରାଜନୈତିକ ଜନିତ ହିଂସା ଗାଁ ଗାଁ ରେ କଥା କଥାକେ ହଣା କଟା ଘଟଣା ଦିନକୁ ଦିନ ବଢ଼ିବା ସହିତ ଶେଷରେ ହତ୍ୟା କରିବାକୁ ଅପରାଧ ତତ୍ତ୍ୱ ମାନେ ପଛାଉ ନାହାନ୍ତି। ଆଉ କିଛି ଦିନ ପରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନାଚ ଆରମ୍ଭ ହେବ ସୁରତରୁ ଦାଦନ ମାନଙ୍କ ସୁଅ ଛୁଟିବ। ମଦକୁ ନେଇ ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ବହୁ ମୁଣ୍ଡ ଗଡିଛି। ଏବେ ବାଲି ବ୍ୟବସାୟ କୁ ନେଇ ମାଫିଆ ମାନଙ୍କ ମଧ୍ୟରେ ଛକା ପଞ୍ଝା ଲାଗିରହିଛି।କେଉଁ ମୁହୂର୍ତ୍ତ ରେ ମୁଣ୍ଡ ଗଡ଼ିବା କିଏ ଅବା କହିବ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ନୂତନ ଭାବେ ଥାନା ଅଧିକାରୀ ମାନଙ୍କୁ ନିଯୁକ୍ତି ଦିଆଯାଇଛି।ଏବେ ଠାରୁ ନିଜ ସମର୍ଥକ ମାନଙ୍କୁ ମୁକୁଳେଇବା ପାଇଁ ଜେଲ ରେ ଥିବା ଭାଇ ମାନଙ୍କୁ ନିର୍ବାଚନ ପୂର୍ବରୁ ରିହା କରି ସେମାନଙ୍କ ଦବଦେବା ଜାହିର କରିବା ଜଳ ଜଳ ହୋଇ ଦିଶିଲାଣି।ବର୍ତ୍ତମାନ କଥା କଥାକେ ମୁଣ୍ଡ ଗଡୁଛି।ଏବେବି ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଗାଁ ରୁ ସହର ପର୍ଯ୍ୟନ୍ତ ଅପରାଧ ତତ୍ତ୍ୱ ମାନଙ୍କ ପାଖରେ ମାଳ ମାଳ ମାଉଜର ରହିଛି।ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାସକ ଦଳ ଓ ବିରୋଧି ଦଳର ସମର୍ଥକ ମାନଙ୍କ ଭିତରେ ଏଥର ଟକ୍କର ଜୋର ଦାର ହେବ। ବିଜେଡ଼ି କବ୍ଜା ରେ ଥିବା ଅଧକ୍ଷ,ଅଧ୍ୟକ୍ଷା, ଜିଲ୍ଲା ପରିଷଦ, ସମିତି ସଭ୍ୟ, ସଭ୍ୟା ଓ ସରପଞ୍ଚ ପଦବୀ ହାତେଇ ନିଜ ଦଳର ସ୍ଥିତି ଜାହିର କରିବାକୁ ପ୍ରୟାସ ଆରମ୍ଭ ହେଲାଣି। ମଦ, ବାଲି ମାଫିଆ ମାନଙ୍କୁ ନିଜ ଦଳରେ ଆଶ୍ରୟ ଦେଇ ଫଣ୍ଡ ସଂଗ୍ରହ କରି ମାଉଜର ମୁନରେ ବିଭିନ୍ନ ପଦବୀ ହାତେଇବା ପାଇଁ ଚେଷ୍ଟା ହେବ ବୋଲି ଏବେ ଠାରୁ ଆଲୋଚନା ହେଲାଣି। ପୋଲିସ ପାଇଁ ଚ୍ୟାଲେଞ୍ଜ ହେବ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଗଞ୍ଜାମ ଜିଲ୍ଲାରେ ଯେଉଁ ଭଳି କଥା କଥାକେ ମୁଣ୍ଡ ଗଡୁଛି। ଆଗାମୀ ଦିନରେ ଏନକାଉଣ୍ଟର ଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି। ବେଳ ଥାଉ ଥାଉ ପ୍ରଶାସନ ସଜାଗ ନହେଲେ ଜଙ୍ଗଲ ରାଜ ଭଳି ପରସ୍ଥିତି ର ସାମ୍ନା କରିବାକୁ ପଡ଼ିବ ଗଞ୍ଜାମ ଜିଲ୍ଲା ବାସୀଙ୍କୁ ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି।

ad-week
Leave A Reply

Your email address will not be published.