ବିମାଟଙ୍କା ହଡପ ନେଇ ଅଙ୍ଗନବାଡି କର୍ମୀଙ୍କ ନାମରେ ଜିଲ୍ଲାପାଳଙ୍କୁ ଅଭିଯୋଗ…

ମାଲକାନଗିରି ,:ମାଲକାନଗିରି ଜିଲ୍ଲାର ସଦର ମହକୁମା ନିକଟ ଝରାପାଲି ପଞ୍ଚାୟତ ଅନ୍ତର୍ଗତ କନାଗୁଡା ଗ୍ରାମର ଅଙ୍ଗନବାଡି କର୍ମୀ ଶ୍ରୀମତୀ ଶ୍ରୀତି ଢାଲି ଉକ୍ତ ଗ୍ରାମର ଜଣେ ବିଧବା ରତ୍ନା ପଡିଆମୀ ସ୍ୱାମୀ – ଗଙ୍ଗା ପଡିଆମୀଙ୍କ ଠାରୁ ଲେବର କାର୍ଡ ରେ ତାଙ୍କ ସ୍ୱାମୀଙ୍କ ଇନ୍ସୁରାନ୍ସ ଟଙ୍କା ୧ଲକ୍ଷ ମିଳାଇ ଦେବା ପାଇଁ କହି ତାଙ୍କଠାରୁ ସମସ୍ତ କାଗଜପତ୍ର ନେଇ ୧ ବର୍ଷ ତଳେ ତତ୍କାଳୀନ ଲେବର ଅଫିସ ରେ ଦାଖଲ କରିଥିଲେ l ଗତ ତା ୧୬/୧/୨୦୨୪ ରିଖରେ ୧ଲକ୍ଷ ଟଙ୍କା ତାଙ୍କ ଜମା ଖାତାରେ ଆସିଥିବା ଜାଣି ଅଙ୍ଗନବାଡି କର୍ମୀ ରତ୍ନା ଙ୍କୁ ତା ୧୮/୧/୨୦୨୪ରିଖ ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ପଦ୍ମଗିରି ଶାଖାକୁ ଡାକି ନେଇ ସମସ୍ତ ଟଙ୍କା ଉଠାଇ ତାଙ୍କୁ ୪୦ ହଜାର ଦେଇଥିଲେ ଓ ବଳକା ବଡ ଅଫିସର ଙ୍କୁ ଦେବା ପାଇଁ କହି ରଖିଥିଲେ ଏବଂ ଏହାକୁ କାହାକୁ ନ କହିବାକୁ କହିଥିଲେ କିନ୍ତୁ ଏହି କଥା ଗ୍ରାମର କିଛି ଭଦ୍ର ବ୍ୟକ୍ତି ଜାଣି ଵା ପରେ ଅଙ୍ଗନବାଡି କର୍ମୀ ତାଙ୍କୁ ଗାଳିଗୁଲଜ କରି ସେ କିଛି ଟଙ୍କା ରଖିନଥିବା କଥା କହି ଫାଙ୍କି ଦେଇଥିଲେ l ଏମିତିକି ଉକ୍ତ ଅଙ୍ଗନବାଡି କର୍ମୀ ଉକ୍ତ ଗ୍ରାମର ଅନ୍ୟ ୫୦ ରୁ ଉର୍ଦ୍ଧ ଲୋକଙ୍କଠାରୁ ଲେବର କାର୍ଡ କରାଇଦେବା ପାଇଁ ଜଣ ପିଛା ଟ ୭୦୦ଙ୍କାଲେଖାଏଁ ଆଦାୟ କରି ୧ବର୍ଷ ହେଲା ନେଇଯାଇଥିବା କଥା ମଧ୍ୟ ଗ୍ରାମବାସୀ ମାନେ ପ୍ରକାଶ କରିଥିଲେ l ଏନେଇ ରତ୍ନା ପଡିଆମୀ,ବିଜୟ ମାଡକାମୀ, ମୁକୁନ୍ଦ ପଡିଆମୀ,ଚନ୍ଦ୍ର ପଡିଆମୀ ପ୍ରମୁଖ ୫୦ ରୁ ଉର୍ଦ୍ଧ ଗ୍ରାମବାସୀ ମାନେ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବୀ ଜଣାଇଥିଲେ l

nis-ad
Leave A Reply

Your email address will not be published.