ବଡ଼ଗଡ଼ ଥାନା ଇଲାକାରେ ଗୋଷ୍ଟି ସଂଘର୍ଷ ତ୍ରିପଲ ମଡ଼ର…..!

୩ ଜଣ ମୃତ,୩ ଗୁରୁତର……


ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକ ର ବାହାରପୁର ପଞ୍ଚାୟତ ଅଧିନସ୍ଥ ଖାରିପଲ୍ଲୀ ଗ୍ରାମରେ ଗୁଣି ଗାରେଡି କୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟି ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି।ତିନି ଗୁରୁତର ଅରୁଣ ବେହେରା (୩୦)ଭିକାରୀ ବେହେରା (୧୮)ବର୍ଷ, ଜଗା ବେହେରା (୧୮) ବର୍ଷ ଗୁରୁତରଙ୍କୁ ଧରାକୋଟ ମେଡିକାଲ ରେ ଭର୍ତ୍ତି କରାଯିବା ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।ପ୍ରକାଶ ଥାଉକି ଗତ ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ଉର୍ଦ୍ଧ ହେଲା ଖାରିପଲ୍ଲୀ ଗ୍ରାମରେ ଗୁଣି ଗାରେଡିକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଛକା ପଞ୍ଝା ଲାଗିରହିଥିଲା। ଆଜି ସନ୍ଧ୍ୟା ସମୟରେ ପୋଖରୀ ରୁ ସ୍ନାନ କରି ଘରକୁ ଉଭୟ ଗୋଷ୍ଠୀ ର ଲୋକେ ଫେରୁଥିବା ସମୟରେ ଉଭୟ ମଧ୍ୟରେ ବଚସା ହୋଇଥିଲା। ଏହି କଥା କଟା କଟି ପରେ ଉଗ୍ର ରୂପ ଧାରଣ କରି ହଣା କଟା ପର୍ଯ୍ୟନ୍ତ ପହଁଞ୍ଚିଥିଲା। ଗୋଟିଏ ଗୋଷ୍ଠି ର ଖଣ୍ଡା ଦ୍ଵାରା ଆକ୍ରମଣ ରେ ଗୋଟିଏ ପରିବାରର ବାପା ଖଦା ଳ ବେହେରା (୬୫)ଓ ପୁଅ ରତ୍ନାକର ବେହେରା (୪୦) ଉଭୟ ଘଟଣା ସ୍ଥଳରେ ଗାଁ ଦାଣ୍ଡ ମୃତ୍ୟୁ ହୋଇଥିଲା।ବେଳେ ଅନ୍ୟ ଗୋଷ୍ଠି ର ୪ଜଣଙ୍କୁ ଗୁରୁତର ଅବସ୍ଥାରେ ଧରାକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ସେଥି ମଧ୍ୟରୁ ରମେଶ ବେହେରା (୪୫) ଙ୍କ ଧରାକୋଟ ମେଡିକାଲ ରେ ମୃତ୍ୟୁ ବରଣ ହୋଇଛି। ଘଟଣା ସ୍ଥଳରେ ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସନ୍ତୋଷ କୁମାର ଜେନା ଓ
ବଡ଼ଗଡ଼ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା,ଶେରଗଡ଼ ଥାନା ଅଧିକାରୀ ବିରେନ୍ଦ୍ର ଶିଅଳ ଓ ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ପୋଲିସ ଫୋର୍ସ ସହ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ପ୍ରକାଶ ଥାଉକି ଗାଁରେ ଗୁଣି ଗାରେଡ଼ି ବିଦ୍ୟା ଓ ଖଟ ବିଦ୍ୟା ପୋଲିସ ତରଫରୁ ହସ୍ତକ୍ଷେପ କରି ବନ୍ଦ କରିବା ପରେ ଉତ୍ତେଜନା ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିଲା।ପୋଲିସ ଏଥିରେ ହସ୍ତକ୍ଷେପ କରି ଖଦାଳ ବେହେରା ଓ ବନବାସ ବେହେରା ର ପରିବାରକୁ ପ୍ରାୟ ଏକ ମାସ ସୁରକ୍ଷା ଦେଇ ଆସୁଥିଲେ। ଧିରେ ଧିରେ ପରିସ୍ଥିତି ସୁଧୁରିବା ପରେ ଗାଁରୁ ପୋଲିସ ପ୍ରତ୍ୟାହାର ହୋଇଥିଲା। ସବୁ ସତ୍ତ୍ୱେ ଗାଁ ରେ ଦୁଇ ପରିବାର ଗୋଟିଏ ଗୋଷ୍ଠୀ ହୋଇ ଚଳି ଆସୁଥିବା ବେଳେ ଅନ୍ୟ ପଟରେ ସମଗ୍ର ଗାଁ ର ସମସ୍ତ ପରିବାର ରହିଥିଲେ। ଅନ୍ୟ ପକ୍ଷରେ ଗତ ଦୁଇ ମାସ ପୂର୍ବେ ଖାରିପଲି ଗାଁ ରେ ଦୁଇଟି ବାଇକ ଓ ତିନୋଟ ସାଇକେଲ କେହି ଦୁର୍ବୃତ୍ତ ମାନେ ପୋଡ଼ି ଦେଇଥିଲେ। ଯାହାକୁ ନେଇ ଗାଁରେ ପୁଣି ଉତ୍ତେଜନା ପ୍ରକାଶ ପାଇଥିଲା। ଦୀର୍ଘ ଦିନ ର କୁହୁଳୁଥିବା ଦୁଇ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଆଜି ତୀବ୍ର ରୂପ ଧାରଣ କରିଥିଲା । ଯାହାର ଫଳ ସ୍ୱରୂପ ଖାରିପଲ୍ଲୀ ଗାଁ ରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ସଚେତନତା ର ଅଭାବ ଯୋଗୁଁ ଆଜି ଗାଁ ଗାଁ ରେ ଅନ୍ଧ ବିଶ୍ୱାସ ର ପସବର୍ତ୍ତୀ ହୋଇ ଏଭଳି ଅଭାବନୀୟ ଘଟଣା ଘଟିବା ସହ ଅକାଳରେ ମୁଣ୍ଡ ଗଡୁଛି।

nis-ad
Leave A Reply

Your email address will not be published.